୩୦ତମ ଜୟ ବାବା କଙ୍କାଳିବୁଢ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସାନମନମୁଣ୍ଡା ଦଳ ଚାମ୍ପିୟନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ସାନମନମୁଣ୍ଡା ଖେଳପଡ଼ିଆରେ ୭ ଦିନ ଧରି ଚାଲିଥିବା ୩୦ତମ ଜୟ ବାବା କଙ୍କାଳିବୁଢ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଦୋହେଲକୁ ହରାଇ ସାନମନମୁଣ୍ଡା ଦଳ ଚାମ୍ପିଅନ ଅର୍ଜନ କରିଛି । ସର୍ବମୋଟ ୨୪ଟି ଦଳକୁ ନେଇ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ଖେଳ ଦୋହେଲ ଓ ସାନମନମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତିନି ଫର୍ମାଟ ବିଶିଷ୍ଟ ଖେଳରେ ଦୋହେଲ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଙ୍ଗ ଆରମ୍ଭ କରି ନିର୍ଦ୍ଧାରିତ ୮ ଓଭର ଖେଳରେ ୧୩୦ରନ୍ ସଂଗ୍ରହ କରିଥିଲା । ଜବାବରେ ସାନମନମୁଣ୍ଡା ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୧୭ରନ୍ କରି ପରାଜୟ ହୋଇଥିଲା ।

ଦ୍ଵିତୀୟ ଫର୍ମାଟରେ ମଧ୍ୟ ଦୋହେଲ ବ୍ୟାଟିଙ୍ଗ ଆରମ୍ଭ କରି ନିର୍ଦ୍ଧାରିତ ୫ ଓଭର ଖେଳରେ ୮୦ରନ୍ ସଂଗ୍ରହ କରିଥିଲା । ଜବାବରେ ସାନମନମୁଣ୍ଡା ଦଳ ନିର୍ଦ୍ଧାରିତ ଓଭରରେ ୩ୱିକେଟ ହରାଇ ୮୪ ରନ୍ ସଂଗ୍ରହ କରି ବିଜୟ ହୋଇଥିଲା । ଦୁଇଟି ଫର୍ମାଟରେ ଉଭୟ ଦଳ ଥରେ ଲେଖାଏଁ ବିଜୟୀ ହୋଇଥିବା ହେତୁ ତୃତୀୟ ଫର୍ମାଟର ଆବଶ୍ୟକତା ପଡ଼ିଥିଲା । ଦୋହେଲ ଦଳ ପୁନଶ୍ଚ ବ୍ୟାଟିଂ ଆରମ୍ଭ କରି ୩ ଓଭର ବିଶିଷ୍ଟ ଖେଳରେ ୪୦ରନ୍ ସଂଗ୍ରହ କରିଥିଲା । ଜବାବରେ ସାନମନମୁଣ୍ଡା ଦଳ ୨.୪ ଓଭର ଖେଳରେ କୌଣସି ୱିକେଟ ନ ହରାଇ ନିର୍ଦ୍ଧାରିତ ରନ୍ ପୂରଣକରି ଚାମ୍ପିଅନ ହୋଇଥିଲା । ସୁବ୍ରତ ପ୍ରଧାନ ଓ ରାଜିନ୍ଦ୍ର ବଗର୍ତ୍ତୀ ଖେଳ ପରିଚାଳନା କରିଥିଲେ । ମହେନ୍ଦ୍ର ମହାଲିକ ସ୍କୋରର୍ ଥିଲେ । ଅଭିମନ୍ୟୁ ନାଏକ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ବିଜେପି ଯୁବମୋଚ୍ଚା ରାଜ୍ୟ ସାଧାରଣ ସଂପାଦକ ଓମପ୍ରକାଶ ମିଶ୍ର, କଣ୍ଟାମାଳ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବିଜେପି ଯୁବମୋଚ୍ଚା ବୌଦ୍ଧ ଜିଲ୍ଲା ଉପସଭାପତି ଶିବ କମ୍ପ, ସୁରେନ୍ଦ୍ର କୁମାର ମିଶ୍ର, ଦୁର୍ଗାପ୍ରସାଦ ତ୍ରିପାଠୀ, ଉଦ୍ଧବ ମହାଲିକ, ସଦାନନ୍ଦ ସାହୁ, ଅଭିମନ୍ୟୁ ନାଏକ, ଉମାକାନ୍ତ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଯୋଗ ଦେଇଥିଲେ । ସାନମନମୁଣ୍ତା ଦଳର ଖେଳାଳୀ ପ୍ରଶାନ୍ତ ବିଶ୍ବାଳ ମ୍ୟାନଙ୍କୁ ଅଫ ଦି ମ୍ୟାଚ୍ ଦୋହେଲ ଦଳର ଶଙ୍କର ଶେଖର ଦାସଙ୍କୁ ମ୍ୟାନ ଅଫ ଦି ସିରିଜ ଏବଂ ଉଭୟ ଦଳକୁ ଅତିଥି ମାନଙ୍କ ଦ୍ବାରା ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.