oom

କୁଶଙ୍ଗ ଯୁକ୍ତ୨ କଲେଜରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷ ପରମେଶ୍ୱର ସିଂହ ସଭାପତିତ୍ୱ କରିଥିଲେ । ଏଥିରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗିରର ପ୍ରଫେସର ଆଲୋକ କୁମାର ମଙ୍ଗରାଜ ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଓଡ଼ିଆ ପ୍ରଫେସର ଡ. ବଳଭଦ୍ର ଦାସ ମୁଖ୍ୟବକ୍ତା, ତୁଷୁରା କଲେଜର ଅବସର ପ୍ରାପ୍ତ ଓଡ଼ିଆ ପ୍ରଧ୍ୟାପକ ପ୍ରସନ୍ନ କୁମାର କର୍ଣ୍ଣ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଉପରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ଓଡ଼ିଆ ଖାଦ୍ୟ ଉପରେ ଏକ ପ୍ରତିଯୋଗିତା କରାଯାଇ ଅତିଥି ବୃନ୍ଦଙ୍କୁ ପରସା ଯାଇଥିଲା । ଦୀର୍ଘ ୫ ଦିନ ହେଲା ଚାଲିଥିବା ଓଡ଼ିଆ ହସ୍ତାକ୍ଷର, ବକୃତା, ଆଲୋଚନାଚକ୍ର, ଗୀତ ଓ ଲୋକନୃତ୍ୟ ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତ ବିଭାଗ ପ୍ରଧ୍ୟାପକ ଲବାର ସାହୁ, ଅର୍ଥନୀତି ପ୍ରଧ୍ୟାପକ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ରାଜନୀତି ବିଜ୍ଞାନ ଅଧ୍ୟାପକ ଦେବୀ ପ୍ରସାଦ ସାହୁ ଉପସ୍ଥିତ ଥିଲେ । ଶିକ୍ଷା ବିଭାଗ ଅଧ୍ୟାପକ ଝସକେତନ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଇଂରାଜୀ ପ୍ରଧ୍ୟାପକ ସରୋଜ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.