jsm

କୋଶଲୀ ଲକ୍ଷ୍ମୀ ପୁରାଣ ବହି ଉନ୍ମୋଚିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିପି ଏକାଡେମୀଠାରେ ମହନୀ ନୃତ୍ୟ, କଳା ଓ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରକାଶିତ ଅକ୍ଷୟ ସରାଫଙ୍କର କୋଶଲୀ ଲକ୍ଷ୍ମୀ ପୁରାଣ ଉନ୍ମୋଚନ ହୋଇଯାଇଛି । ଏହି ପୁରାଣରେ ଜାତି ପ୍ରଥା ଏବଂ ନାରୀ ଜାତି ଉପରେ ଗୁରୁତ୍ୱ ଦିଆଯାଇଛି । କୋସଲାଞ୍ଚଳର କଥା ଭାଷା ସଂସ୍କୃତି ଓ ପରମ୍ପରାକୁ ନେଇ ଲେଖକ ବର୍ଣ୍ଣନା କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ, ଜିଲ୍ଲା କଳାକାର ସାଂସ୍କୃତିକ ସଂଘର ଜଗଦାନନ୍ଦ ଛୁରିଆ, ଜିଲ୍ଲା ଯୁବ କଳାକ‍ାର ମହାସଂଘର ସଭାପତି ବିନୋଦ କୁମାର କାଲସାଏ ଏବଂ ଉପଦେଷ୍ଟା ଗୋପାଳ ପଧାନ ମଞ୍ଚାସୀନ ରହି ଉନ୍ମୋଚନ କରିଥିଲେ ।
ଏଥିରେ ପ୍ରକାଶକ ମହନୀ ନୃତ୍ୟ, କଳା ଓ ଗବେଷଣା କେନ୍ଦ୍ରର ସମ୍ପାଦକ ବିନୋଦ କୁମାର କାଲସାଏ, ସହ ପ୍ରକାଶକ ଅନିତା ତ୍ରିପାଠୀ ଥିବା ବେଳେ ମହନୀ କ୍ରିଏସନ ବଲାଙ୍ଗିର ଓ ନିରୁ ମିଡିଆ ବରଗଡ ଏହାର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି । ଆଜିର ଏହି ଉନ୍ମୋଚନ ବିରେନ୍ଦ୍ର ପାଣ୍ତେ ମଞ୍ଚ ପରିଚାଳନା କରିଥିବା ବେଳେ ନବିନ କୁଅଁର, ବ୍ରହ୍ମାନନ୍ଦ ବନଛୋର୍, କପିଳ ଖମାରି, ନିଳାଞ୍ଚଳ ନନ୍ଦ, ଅଶୋକ ଦୀପ, ହିମାଂଶୁ ଖମାରୀ, ମନୋରଞ୍ଜନ ସାହୁ, ରଶ୍ମି ପାତ୍ର, ମିଲି ବାରିକ୍, ଶିବପ୍ରିୟା ସାହୁ, ଶିବାଂଶୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସୋମନାଥ ମିଶ୍ର, ସନ୍ଦୀପ ବାଗ୍, ରବି ଖମାରୀ, ସୋମେଶ ଡାଙ୍ଗ, ଅଷ୍ଟମୀ ନାଗ୍, ପ୍ରିତମ ଠାକୁର, ରଞ୍ଜିତ ପଧାନ, ହରି ଓମ୍ ପଟେଲ, ବିନୟ ସୁନା ପ୍ରମୁଖ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.