oom

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସରେ କାଳିନ୍ଦୀରେ କାଳୀୟ ଦଳନ କଲେ କୃଷ୍ଣ

jsmm

ବରଗଡ଼, (କେପିଏନ୍‌ଏସ୍‌) : ରାଣୀ ପଦ୍ମାବତୀଙ୍କ ପୂଜାର୍ଚ୍ଚନା ପାଇଁ ଆବଶ୍ୟକ ପଦ୍ମଫୁଲରୁ କଂସ ମୁଣ୍ଡରେ ପ୍ରବେଶିଥିବା ଦୁଷ୍ଟବୁଦ୍ଧି କାଳିନ୍ଦୀ ହ୍ରଦ ଷଡ଼ଯନ୍ତ୍ର ରଚନାର କାରଣ ପାଲଟିଥିବା ବେଳେ କୃଷ୍ଣପଦ ସ୍ପର୍ଶରେ ହଳାହଳ ବିଷ ଛାଡ଼ି କାହିନ୍ଦୀ ହ୍ରଦ ପୂର୍ବ ରୂପକୁ ଫେରିଛି । ଅଭିଶପ୍ତ କାଳୀୟ ନାଗ ପୂର୍ବ ରୂପ ପାଇ ଗନ୍ଧର୍ବ ରାଜ୍ୟକୁ ଫେରିବା ସୁଯୋଗ ପାଇଛନ୍ତି । ବରଗଡ଼ ଧନୁଯାତ୍ରାରେ କୃଷ୍ଣଜନ୍ମଠାରୁ ଆରମ୍ଭ ହୋଇଥିବା ଗୋପଲୀଳାରେ ବିଭିନ୍ନ ଦୃଶ୍ୟ ଅଭିନୀତ ହୋଇ ଚାଲିଥିବା ବେଳେ ଶନିବାର କୃଷ୍ଣ ପଦାଘାତରେ ମହାପ୍ରକୋପୀ କାଳୀୟ ନାଗ ପଞ୍ଚତ୍ୱ ଲାଭ କରିଛି । ଧନୁଯାତ୍ରାର ପଞ୍ଚମ ଦିବସରେ ତଥା ଗୋପଯାତ୍ରାର ତୃତୀୟ ଦିବସରେ କାଳୀୟ ନାଗ ଦଳନ ଦୃଶ୍ୟ ଅଭିନୀତ ହୋଇଥିଲା । ଦୀର୍ଘ ଦିନଧରି ଗୋପବାସୀଙ୍କୁ ଭୟାବଦ୍ଧ ରଖିଥିବା କାଳୀୟ ନାଗର ମୃତ୍ୟୁପରେ ଉଭୟ କାଳିନ୍ଦୀ ହ୍ରଦ ଓ ଗୋପବାସୀ ଉଦ୍ଧାର ପାଇଥିଲେ ।

ଶନିବାର ଧନୁଯାତ୍ରାର ପଞ୍ଚମ ରଜନୀରେ ରାଜଦରବାର, ରଙ୍ଗମହଲ ଓ ନନ୍ଦଦରବାର ମଂଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ ମୋଟ ୧୮ଟି ଦଳ ଅଂଶଗ୍ରହଣ କରିଥିଲେ । ଉଭୟ ରଙ୍ଗମହଲ ଓ ରାଜଦରବାରରେ କୋଲକାତାର ଶଙ୍କର ଭରଣମ୍‌, କୋଲକାତାର ପାୟଲ ଡ୍ୟାନ୍‌ସ ଗ୍ରୁପ, ପଞ୍ଜାବର ଭାଙ୍ଗଡ଼ା, ହରିୟାଣାର ଧର୍ମପୁତ୍ର କଳାମଂଚର ଲୋକନୃତ୍ୟ ଆଦି ଜାତୀୟ ଦଳର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେହିଭଳି ସୁନ୍ଦରଗଡ଼ ଲାଠିକଟାର ଗୁରୁ ଗୋମକୋଇ ସାଂସ୍କୃତିକ ଅନୁଷ୍ଠାନ, ପୁରୀର ଶିବ ପାର୍ବତୀ ଅନୁଷ୍ଠାନର ଗୋଟିପୁଅ ନୃତ୍ୟ, ବଲାଙ୍ଗିର ପାଟଣାଗଡ଼ର ଝଙ୍କାର ମ୍ୟୁଜିକ, ସମ୍ବଲପୁରର ଜୱାନ କ୍ଲବ, ବଲାଙ୍ଗିର ମୁରିବାହାଲର ଜୟ ମାଁ ଦୁର୍ଗା କଳା ପରିଷଦ, କୋରାପୁଟର ଧୁରୁଆ ନୃତ୍ୟ, କଟକର ବାରବାଟୀ ଡ୍ୟାନ୍ସ ଏକାଡ଼େମୀର ଓଡ଼ିଶୀ ଓ ବଲାଙ୍ଗିରର ଜୁଡ଼ା ଝଲକାର କଳାକାର ଲୋକନୃତ୍ୟ ପରିବେଷଣ କରିଥିଲେ । ଗୋପରେ ୬ଟି ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରି ଲୋକଙ୍କ ମନମୋହିଥିଲେ । ସମ୍ବଲପୁରର ଆଲୋକ କୁମାର ପଣ୍ଡା ଓ ଦଳ, ବରଗଡ଼ ଗାଇସିଲାଟର କୁରେଇଫୁଲ ଝୁପା, ବଲାଙ୍ଗିରର ଉମା ବେହେରା ଓ ସାଥି, ପୁରୀର କ୍ରୀଷ୍ଣଚନ୍ଦ୍ର ନାଏକ ଓ ସାଥି, ସମ୍ବଲପୁରର ଦୀପକ ଏଣ୍ଡ ଗୃପ ଓ କଟକର କାଜଲ ରାଓ ଓ ସାଥିମାନେ ଓଡ଼ିଶୀ ନୃତ୍ୟ ଏବଂ ଲୋକନୃତ୍ୟ ପରିବେଷଣ କରିଥିଲେ ।

jittmm
Leave A Reply

Your email address will not be published.