lika

କଳାହାଣ୍ଡି କଂଗ୍ରେସ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସଭା

gbag

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ କଂଗ୍ରେସ କାର୍ୟ୍ୟକାରୀ କମିଟିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ସହ ମଣିପୁର ଓ ମିଜୋରାମ ରାଜ୍ୟର ସାଙ୍ଗଠନିକ ପ୍ରଭାରୀ ଭାବେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଏ‌ହି ଦାୟିତ୍ୱ ପ୍ରଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଲା କଂଗ୍ରେସ କର୍ମୀ ଓ ପ୍ରଶଂସକ ମହଳରେ ଏଥିପାଇଁ ନୂତନ ଆଗ୍ରହ ଓ ଉଲ୍ଲାସ ଦେଖାଯାଇଛି ।
ନର୍ଲା ବ୍ଳକ କଂଗ୍ରେସ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସଭାରେ କଂଗ୍ରେସ ଯୁବନେତା ସମୀର ଚାନ୍ଦ, ସେବାଦଳ ସଭାପତି ସୁଦାମ ପଧାନ ଯୋଗଦାନ କରି ଭକ୍ତ ଚରଣ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କଳାହାଣ୍ଡି କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପିସିସି ସମ୍ପାଦକ ଶାନ୍ତନୁ ବେହେରା, ମିଡ଼ିଆ ସେଲ ସଂଯୋଜକ ମହମ୍ମଦ ଅଲ୍ଲୀ, ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ,ରାମ କୁମାର ଜୈନ, ଦିଗାମ୍ବର ଦୁରିଆ, ପରମାନନ୍ଦ ମାଝୀ, ଅଶୋକ ଚାନ୍ଦ, ବିଭୂତି ଭୂଷଣ ମହାକୁଡ଼, ରାଜ୍ୟ ମିଡ଼ିଆ ସେଲ ସମ୍ପାଦକ ମୁରଲୀଧର ନାଏକ, ତ୍ରିଲୋଚନ ପାଣିଗ୍ରାହୀ, ଦେବୀ ସିନ୍ଦୁର, ପ୍ରକାଶ ମାଝୀ, ପ୍ରଭାତ ଦାସ, ଦ୍ରୌପଦୀ ମାଝୀ, ସୁକାନ୍ତି ସରାଫ, ମାଣିକ୍ୟ ସୁନା ଓ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଶ୍ରୀ ଦାସଙ୍କ ସହ ଜିଲ୍ଲାର ସାଂଗଠନିକ ସ୍ଥିତି ଉପରେ ସମୀକ୍ଷା କରିଥିଲେ ।

babaa
Leave A Reply

Your email address will not be published.