କୁକୁଡାହାଡ ସରକାରୀ ପ୍ରାଥମିକ ସ୍କୁଲରେ ଚୋରୀ

 ୯ଟି ସିଂଲିଙ୍ଗ ପଙ୍ଖା, ୨ଟି ସମରସେବୁଲ ମୋଟର ଓ ପାଇପ ଚୋରୀ
 ସାଢେ ତିନି ବସ୍ତା ଏମଡିଏମ ଚାଉଳ ସହ କୋରେନଟାଇନ ସେଂଟରର ଜିନିଷ ପତ୍ର ମଧ୍ୟ ଚୋରୀ ହେଲା

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଥାନା ଅଧୀନସ୍ଥ କୁକୁଡାହାଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚୋରୀ ହୋଇଥିବା ଘଟଣା ସୋମବାର ସକାଳୁ ଥାନାରେ ଅଭିଯୋଗ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିଧର ନିଆଲ ଏବଂ ପରିଚାଳନା କମିଟିର ସଦସ୍ୟ ସହିତ ଭଦ୍ରବ୍ୟକ୍ତିମାନେ ଥାନାକୁ ଆସି ଏହି ଅଭିଯୋଗ ଦେଇଛନ୍ତି । ଅଭିଯୋଗ ମୁତାବକ ଚୋରୀ ଘଟଣା ରବିବାର ରାତିରେ ହୋଇଛି । ଏହା ପରେ ବିଦ୍ୟାଳୟର ପରିଚାଳନା କମିଟି ଓ ସରପଂଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନିଆଲକୁ ଫୋନ ଯୋଗେ ଖବର ଦେବା ପରେ ଚୋରୀ ହୋଇଥିବା ବିଷୟ ଛାନଭିନ୍ କରିଛନ୍ତି । ଚୋରୀରେ ୯ଟି ପଙ୍ଖା, ୨ଟି ସମରସେବୁଲ ମୋଟର, ପାଇପ, ସାଢେ ତିନି ବସ୍ତା ଏମଡିଏମ ଚାଉଳ, କୋରେନଟାଇନ ସେଂଟରର ଗଦା, ବ୍ୟାଡସିଟ, ତକିଅ ତଥା ୨୦ଟି ବାଲଟି, ମଗ ଓ ପ୍ରତ୍ୟେକ ଶ୍ରେଣୀରେ ଲାଗିଥିବା ଇଲେକ୍ଟ୍ରିକ ବଲବ୍ ଚୋରୀ ହୋଇଛି । ଦେଇଥିବା ଅଭିଯୋଗ ଅନୁସାରେ ଥାନା ଆଇ.ଆଇ.ସି. ସତ୍ୟଜିତ କାଣ୍ଡେଲକର ଉଚିତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତ ଦେବା ସହ ଏକ ମାମଲା ରୁଜୁ କରିଛନ୍ତି । ଥାନାରେ ଅଭିଯୋଗ ଦେଲା ସମୟରେ ବିଦ୍ୟାଲୟ ପରିଚାଳନା କମିଟି ସଭ୍ୟା ରୀତା ସାହୁ, ସୁରେଶ କୁଅଁର, ନିରାକାର ଯୁଗ୍ନିଆ, କାର୍ତିକ ପୁଟେଲ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.