ଏଇ ସପ୍ତାହରେ ବାହାରିବ +୨ ବିଜ୍ଞାନ ଫଳାଫଳ

ଭୁବନେଶ୍ୱର, (କେପିଏନ୍ଏସ୍) : ଅଗଷ୍ଟ ୧୫ ତାରିଖ ସୁଦ୍ଧା +୨ ବିଜ୍ଞାନ ଫଳାଫଳ ପ୍ରକାଶ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଏ ସଂପର୍କରେ ସଂପୃକ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା ଦିନେ ଦୁଇ ଦିନ ଭିତରେ ହେବ ବୋଲି ବିଶ୍ୱାସ କରାଯାଉଛି । ସୂଚନା ଅନୁସାରେ ଖାତା ଦେଖା କାମ ସଂପୂର୍ଣ୍ଣ ହୋଇ ସାରିଛି । ବାକି କାମ ବି ୨/୩ ଦିନ ଭିତରେ ସମାପ୍ତ ହୋଇଯିବ । ତେବେ ସପ୍ତାହର ଶେଷାର୍ଦ୍ଧରେ ଫଳାଫଳ ବାହାରିପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.