oom

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୪ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ମହୋତ୍ସବ ୨୦୨୪ ଦୁଇ ଦିନିଆ ମହକ ଓ ଉତ୍ସାହ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଏକ ମଶାଲ ଯାତ୍ରା କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କାର୍ଯ୍ୟାଳୟରୁ ଏହି ମଶାଲ ଶୋଭାଯାତ୍ରା ମିଶନ ଫିଲ୍ଡ ପର୍ଯ୍ୟନ୍ତ କରାଯାଇଛି ଏହାପରେ ଜିଲ୍ଲା ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ପାଇଁ ମୁଖ୍ୟ ଅତିଥି ଭାବେ ସେକ୍ରେଟାରୀ ଡିଏଲ୍‌ଏସ୍‌ଏର ପବିତ୍ର ଚନ୍ଦ୍ର ପଧାନ, ଆଇଟିଆଇର ଅଧ୍ୟକ୍ଷ ସାମ ଓରାମ, ଶିଶୁ ମଙ୍ଗଳ ଅଧ୍ୟକ୍ଷ ଲମ୍ବୋଦର ଦୀପ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ଲମ୍ୱଡିଆଁ, ଉଚ୍ଚ ଡିଆଁ,୧୦୦ ମିଟର ଦୌଡ,୨୦୦ ମିଟର ଦୌଡ, ଚେସ, ଫୁଟବଲ୍, କେରମ ପ୍ରତିଯୋଗିତା ହୋଇଥିବାବେଳେ, ଦ୍ଵିତୀୟ ଦିନରେ ବକ୍ତୃତା, ଗୀତ, ଡେନ୍ସ, ଚିତ୍ରାଙ୍କନ, କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମ ମଙ୍ଗଳ ପାଠାଗାର, ସାଲେପଲି, ଆଦୃତ ଶିଶୁ ଗୃହ, ପାର୍ବତୀଗିରି ଶିଶୁ ଯତ୍ନ ଅନୁଷ୍ଠାନ, ପଥର ଚେପା, ଗୁରୁକୁଳ ସପ୍ତଶ୍ରୀ ସେବାଶ୍ରମ, ଦେଓଗାଁ, ଉତ୍କଳ ବାଲାଶ୍ରମ, କଣ୍ଟାବାଞ୍ଜି ଅନୁଷ୍ଠାନର ଅନ୍ତେବାସୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଉଦ୍‌ଯାପନୀ ଉତ୍ସାହର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଏହି ଶିଶୁ ମହୋତ୍ସବରେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ ପାଢ଼ୀ, ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡକ୍ଟର ମାନସୀ ପଣ୍ଡା, ସମ୍ମାନିତ ଅତିଥି ଭାବେ ପୋଲିଟେକନିକ୍ କଲେଜର ଅଧ୍ୟକ୍ଷ ଡକ୍ଟର ଏସ୍‌. ବେହୁରା, ଜିଲ୍ଲା ଶିଳ୍ପ ତାଲିମର ଅଧ୍ୟକ୍ଷ ସାମ ଓରାମ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ମାନେ ଶିଶୁ ମାନଙ୍କୁ ବିଭିନ୍ନ ସତ୍ୟ କାହାଣୀମାନ କହି ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.