ଖପ୍ରାଖୋଲରେ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର : ୮୪୦ ଜଣ ରୋଗୀ ଚିକିତ୍ସିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷମାନ ଭାରତ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ମେଡିକାଲ ଅଫିସର ଡା ସୁରଜ କୁମାର ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ୍ୟା ନିରୂପମା ପଟେଲ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ମେହେର, ପ୍ରମିଳା ପାଥର, ବିଡିଓ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସ୍ୱାସ୍ଥ୍ୟ ଶିବିରରେ ଭେଷଜ ବିଶେଷଜ୍ଞ ଡା ହେମନ୍ତ କୁମାର ମେହେର, ଶିଶୁରୋଗ ବିଶେଷଜ୍ଞ ଡା ଅରବିନ୍ଦ କାଳସାଏ, ଡା. ରାଜ ନାରାୟଣ ସ୍ୱାଇଁ, ଡା. ବାଳକୃଷ୍ଣ ପୁରୋହିତ, ଡା. ନିଲେସ କୁମାର ମେହେର, ଡା. ମୋନାଲିସା ନାୟକ, ଡା. ବିଜୟ ମେହେର, ଡା. ମଧୁସ୍ମିତା ମେହେର, ଡା. ରାଜେଶ୍ୱରୀ ସାହୁ, ଡା. ଶୋଭାବତୀ ମେହେର, ଡା. ମିନତୀ ହେମ୍ରରମ, ଡା. ଅଂଶୁପା ଭୋଇ ପ୍ରମୁଖ ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରିଥିଲେ । ସ୍ୱାସ୍ଥ୍ୟ ଶିବିରର ପରିଦର୍ଶନ ପାଇଁ ବଲାଙ୍ଗିର ଜିଲ୍ଲା ଏଡିପିଏଚ୍‌ ଓ ରୋଗ ନିୟନ୍ତ୍ରଣ ଡା. ନମିତା ମିଶ୍ର ଯୋଗ ଦେଇଥିଲେ । ଶିବିରରେ ୮୪୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେହିପରି ୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାଯାଇଛି । ଏହି ଅବସରରେ ଆଇସିଡିଏସ୍‌ ବିଭାଗ ତରଫରୁ ଖାଦ୍ୟ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିପିଏମ୍‌ ଯୁଗଲ କିଶୋର ସାହୁ, ପିଏଚ୍‌ଇଓ ବାଲଚନ୍ଦ୍ର ଛାତ୍ରିଆ, ମିତାରାଣୀ ଦାସ ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!