oom

ଗଞ୍ଜାମ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ବୈଠକ ଭବନଠାରେ ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ବିଡ଼ିଓ ଜସ୍ମିନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରବୀନ୍ଦ୍ର ନାଥ ମଲାଣ, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ ୨୦୨୨/୨୩ ଆର୍ଥିକ ବର୍ଷ ବିବରଣୀ ପଠନ କରିଥିଲେ । ପଞ୍ଚାୟତଗୁଡିକରେ ବିଭିନ୍ନ ପ୍ରକଳ୍ପ ତଥା ଖେଳପଡିଆ, ପାନୀୟ ଜଳ, ବୃକ୍ଷରୋପଣ, ମୃତିକା ସରଂକ୍ଷଣ ଆଦି ଉନ୍ନୟନମୂଳକ କାର୍ଯ୍ୟର ବ୍ୟୟ ବରାଦ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବ୍ଲକରେ ଲାଇନ ଡିପାର୍ଟମେଣ୍ଟ ଠିକ୍‌ ଭାବେ କାମ କରୁନଥିବା ଗୌରାଙ୍ଗ ପାଟଣା ସମିତି ସଭ୍ୟ ଓ ହୁମ୍ମା ସରପଞ୍ଚ ଓ ସମିତି ସଭ୍ୟ ଧୃବଚରଣ ପଲାଇ ଏବଂ ପାଳିବନ୍ଧ ପଞ୍ଚାୟତ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ ଅଭିଯୋଗ ଆଣିଥିଲେ । ଏହି ଶୁଣାଣିକୁ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଲୋକନାଥ ରେଡ଼ି, ଆସିଷ୍ଟାଣ୍ଟ ମାମି ସାହୁ, ଏପିଓ ବ୍ରଜ କିଶୋର ବେହେରା, ନରେଗା ଡିଓ ଶିବାନୀ ସେଠୀ ପ୍ରମୁଖ ପରିଚାଳନା କରିଥିବା ବେଳେ ଏବିଡିଓ ଭବାନୀ ଶଙ୍କର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ସ୍ୱାଇଁ, ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରା, ପାଳିବନ୍ଧ ସରପଞ୍ଚ ସଂଯୁକ୍ତା ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ସରପଞ୍ଚ ସମିତି ମେମ୍ବର ଏବଂ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.