ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକର ଯୁବ ସାମ୍ବାଦିକ ଦୀପକ ମିଶ୍ରଙ୍କର ୩୮ ବର୍ଷରେ ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା । ସେ ଡେଲାଙ୍ଗ, କଣାସ ବ୍ଳକ ପାଇଁ ନିୟୁଜ-୭ରେ ବୈଦ୍ୟତିକ ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ । ତାହା ସହିତ ଡେଲାଙ୍ଗ ବ୍ଳକରେ ଛାପା ମିଡିଆରେ ସାମ୍ବାଦିକ ରହିଥିଲେ । ଗତ ୨୦ ତାରିଖ ଅପରାହ୍ନରେ ଦୀପକଙ୍କର ରକ୍ତଚାପ ବଢିଯିବାରୁ ବ୍ରେନ ଷ୍ଟୋକ ହୋଇଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ସମୟରେ ରବିବାର ଅପରାହ୍ନରେ ମୃତ୍ୟୁ ହୋଇଯାଇଛି । ଏହି ଖବର ଡେଲାଙ୍ଗରେ ପ୍ରସାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି । ଡେଲାଙ୍ଗ ଷ୍ଟେସନସ୍ଥିତ ତାଙ୍କ ବାସଭବନରେ ଜନପ୍ରତିନିଧି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଆଇନଜୀବୀ, ବିଭିନ୍ନ ଦଳୀୟ ନେତାଙ୍କର ଗହଳି ଲାଗିଥିଲା । ଏହି ଅବସରରେ ଡେଲାଙ୍ଗ ପିପିଲି ବିଜେଡି ଦଳର ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ସଭାପତି ବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ପିପିଲି ବ୍ଳକର ଆତ୍ମାର ଅଧ୍ୟକ୍ଷ ଧରଣୀ ଧର ସାହୁ, ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ସହିତ ଡେଲାଙ୍ଗ ପ୍ରେସ କ୍ଳବ, ପିପିଲି ପ୍ରେସ କ୍ଳବ, ସାକ୍ଷୀଗୋପାଳ ପ୍ରେସ କ୍ଳବ, ଉତ୍କଳମଣି ସାମ୍ବାଦିକ ସଂଘ ଓ ମେକ ଇନି ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଅମର ଆତ୍ମାର ସଦଗତି ଓ ଉକ୍ତ ପରିବାରଙ୍କୁ ଧର୍ଯ୍ୟ ଧରିବାରେ ସହାୟକ ହେବା ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । କିଛି ସମୟ ପାଇଁ ବାସଭବନରେ ମୃତ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ଶେଷରେ ଗ୍ରାମ ଶଶ୍ମାନରେ ଅନ୍ତିମ ସତ୍କାର କରାଯାଇଥିଲା ।