om academy

ସମାଜିକ କର୍ମୀଙ୍କ ଟ୍ୱିଟ ଦେଖି କିଡନୀ ରୋଗୀଙ୍କୁ ସହାୟତା ପ୍ରଦାନ କଲେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ : ଚିକିତ୍ସା ପାଇଁ ମିଳିବ ଆର୍ଥିକ ସହାୟତା

jsm

ବରଗଡ଼, (ନିରଂଜନ ତ୍ରିପାଠୀ) : କରୋନା ମହାମାରୀ ସମୟରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚିକିତ୍ସା ଅଭାବରୁ ଅନେକ ଲୋକେ ଅକାଳରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । କିନ୍ତୁ କିଛି ଦାୟିତ୍ୱବାନ ଜନପ୍ରତିନିଧିଙ୍କ ସେବା ମନୋଭାବ ଯୋଗୁଁ ଅନେକ ଅସହାୟ ଲୋକେ ଠିକ ସମୟରେ ସୁବିଧା ସୁଯୋଗ ପାଉଥିବାରୁ ତାଙ୍କର ବହୁମୂଲ୍ୟ ଜୀବନ ବଂଚିଯାଉଛି । ସେଭଳି ଏକ ଜନପ୍ରିୟ ଲୋକପ୍ରତିନିଧି ହେଉଛନ୍ତି ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଯାହାଙ୍କର ସେବା ମନୋଭାବ ପାଇଁ ଆଜି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ରାଜ୍ୟ ସରକାରଙ୍କ ୫ଟି ଯୋଜନାକୁ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ ସୂଚାରୁ ରୂପେ ସମ୍ପାଦନ କରି ଅନେକ ଲୋକଙ୍କ ପାଇଁ ସେ ସାଜିଛନ୍ତି ଦରଦୀ ବନ୍ଧୁ ।


ଭେଡେନ ବ୍ଲକ ରେଶମ ଗ୍ରାମପଞ୍ଚାୟତ ସିଂହନପାଲି ଗ୍ରାମର ଫଗୁନୁ ମାଝୀ, ପିତା, ପ୍ରହଲ୍ଲାଦ ମାଝୀ ଦୀର୍ଘ ଦିନ ହେଲା କିଡନି ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିବାରୁ ଆର୍ଥିକ ଅଭାବ ପାଇଁ ଚିକିତ୍ସା କରିପାରୁ ନଥିଲେ । ତାଙ୍କୁ ସରକାରୀ ସହଯୋଗ ଓ ଚିକିତ୍ସା କରିବା ପାଇଁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ସାମାଜିକ କର୍ମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରୀଆଙ୍କୁ ଟ୍ୱିଟ କରିଥିଲେ, ଯାହାକୁ ଦେଖି ଅତି ଅଳ୍ପ ସମୟ ମଧ୍ୟରେ ଭୁବନେଶ୍ୱରରୁ ଥାଇ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରଲୀଧର ନାୟକଙ୍କୁ ସହାୟତା କରିବା ପାଇଁ ସୂଚନା ପ୍ରଦାନ କରିଥିଲେ । ସକାଳେ ହୋଇଥିବା ଏହି ଟ୍ୱିଟକୁ ଅଧାର କରି ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ ଆଜି ଅପରାହ୍ନ ୩ ଟା ସମୟରେ ସିଂହନପାଲି ଗ୍ରାମକୁ ଆସି ଗ୍ରାମର ବିଜେଡି ସଭ୍ୟ ଓ ସମିତି ସଭ୍ୟ ନରେନ୍ଦ୍ର ଭୋଇଙ୍କ ଉପସ୍ଥିତିରେ ସମସ୍ତ ପ୍ରକାର ସୁବିଧା ଅସୁବିଧା ବୁଝି ସରକାରୀ ସହଯୋଗ ଯୋଗଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଶ୍ରୀ ନାୟକଙ୍କ କହିବା ଅନୁଯାୟୀ ତୁରନ୍ତ ତାଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠି/ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଚିକିତ୍ସା ସହାୟତା ଯୋଗେଇ ଦିଆଯିବ । ଏହି ସହାୟତା ପାଇବା ପରେ ପରିବାର ବର୍ଗ ଆଶ୍ୱସ୍‌ସ୍ତ ହୋଇ ଶ୍ରୀମତୀ ଛୁରିଆଙ୍କୁ ତଥା ଟ୍ୱିଟ କରିଥିବା ସାମାଜିକ କର୍ମୀ ଦୀପା ବାରିକଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ । ଏଠାରେ ପ୍ରକାଶ ଥାଉକି ଅତାବିରା ବିଧାନସଭା ମଣ୍ଡଳୀର ଜନସାଧାରଣଙ୍କ ସୁବିଧା ନିମନ୍ତେ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସମସ୍ତ ଅଧିକାରୀଙ୍କ ଟ୍ୱିଟର ଆକାଉଣ୍ଟ ଖୋଲିବା ପାଇଁ ନିର୍ଦେଶ ଦେବା ସହ ଲୋକଙ୍କ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି । ଫଳରେ ଅନେକ ଲୋକ ଘରେ ଥାଇ ବିଭିନ୍ନ ସରକାରୀ ସହାୟତା ପାଇ ପାରିଛନ୍ତି । ବିଧାୟିକାଙ୍କ ଏହି ମହତ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.