ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗଙ୍କ ପାଇଁ ପ୍ରତିବଦ୍ଧତା ଥିବା ସାମାଜିକ ଅନୁଷ୍ଠାନ ଶ୍ରଦ୍ଧାଠାରେ ଅନୁଷ୍ଠାନର ପ୍ରଥମ ସଭାପତି ଡା. ରାଜକିଶୋର ରାଜଗୁରୁ ମହାପାତ୍ରଙ୍କ ଅଷ୍ଟମ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ୍ ରଶ୍ମିତ୍ କୁମାର ସାହାଣୀ, ସାମ୍ବାଦିକ ସତ୍ୟାନନ୍ଦ ବେହେରା, ସମାଜସେବୀ ସନ୍ତୋଷ ସାହୁ, ସମାଜସେବୀ ରବିନ୍ଦ୍ର କୁମାର ପାଣ୍ଡବ, ସ୍ୱର୍ଗତ ଡା. ମହାପାତ୍ରଙ୍କ ସହଧର୍ମିଣୀ ସଂଜୁକ୍ତା ମହାପାତ୍ର ପ୍ରମୁଖ ଡାକ୍ତର ମହାପାତ୍ରଙ୍କ ଶ୍ରଦ୍ଧା ଅନୁଷ୍ଠାନ ପ୍ରତି ଥିବା ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ମତ ରଖିଥିଲେ ଯେ, ସେବା ହେଉଛି ବାସେ । ହୃଦୟରୁ ଉଚ୍ଛାସରୁ ସୃଷ୍ଟି ହୁଏ ସେବା ମନୋବୃତ୍ତି । ଦିବ୍ୟାଙ୍ଗଙ୍କ ପ୍ରତି ଆହେତୁକ ଅନୁକମ୍ପା ତାଙ୍କୁ ଶ୍ରଦ୍ଧା ସୃଷ୍ଟି ପାଇଁ ଅନୁପ୍ରାଣିତ କରିଥିଲା । ସେ ଥିଲେ ଶ୍ରଦ୍ଧାର ପ୍ରତିଷ୍ଠାତା ସଭାପତି । ସେ ଲଗାଇଥିବା ଚାରା ଆଜି ଏକ ଦୃମରେ ପରିଣତ ହୋଇପାରିଛି । ଉପସଭାପତି ଅଶୋକ ବଳ, ଚିତ୍ତରଂଜନ ବ୍ରହ୍ମା ଓ କବି କୁଞ୍ଜବିହାରୀ ରାଉତ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ ସହ ଅନୁଷ୍ଠାନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସଂପାଦକ ଶ୍ରୀ ପାଣ୍ଡବ ସ୍ୱର୍ଗତ ମହାପାତ୍ରଙ୍କ ପରିବାର ତରଫରୁ ଯୋଗାଇ ଦିଆଯାଇଥିବା ଆର୍ଥିକ ଅନୁଦାନରେ ପ୍ରତ୍ୟେକ ବର୍ଷ ୫ ଜଣ ମେଧାବୀ ଛାତ୍ରଙ୍କୁ ମେଧାବୃତ୍ତି ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ । ଏହି ଛାତ୍ରଛାତ୍ରୀମାନେ ନବମରୁ ଦଶମ ଶ୍ରେଣୀକୁ ଯାଉଥିବେ ଓ ସେମାନେ ଦିବ୍ୟାଙ୍ଗ, ମହିଳା କିମ୍ବା ଆର୍ଥିକ ଦୂର୍ବଳ ଶ୍ରେଣୀର ହୋଇଥିବେ ବୋଲି ସୂଚନା ଦେଇଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଚାଟାର୍ଜୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ସହ ଅନୁଷ୍ଠାନର ଆଭିମୁଖ୍ୟ ଓ ସଂପାଦକ ଶ୍ରୀ ପାଣ୍ଡବ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରିତି ବାରିକ, ସୁଜାତା ରାଉତ, ବର୍ଷାରାଣୀ ସାହୁ, ଦୁର୍ଯ୍ୟୋଧନ ଛତ୍ରିଆ, ସୁକୁମାର ପାଣ୍ଡବ, ପ୍ରଭାତୀ ପ୍ରଧାନ, ଇତିଶ୍ରୀ ଦାସ, ଦୀପ୍ତି ଶର୍ମା ପ୍ରମୁଖ ସହଯୋଗ କରିଥିବା ବେଳେ ସର୍ବଶ୍ରୀ କାଳନ୍ଦୀ ବାରିକ, ମନ୍ନତ କୌର, ରୀନା ସାହୁ, ବାଳକୃଷ୍ଣ ମହାରଣା, ସର୍ବେଶ୍ୱର ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ ।