oom

୪୦ତମ ଜିଲ୍ଲାସ୍ତରୀୟ ଓଷ୍ଟା ଶିଶୁ ମେଳା ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାମଗୋପାଳ ହିନ୍ଦୀ ହାଇସ୍କୁଲଠାରେ ୪୦ତମ ଜିଲ୍ଲାସ୍ତରୀୟ ଓଷ୍ଟା ଶିଶୁ ମେଳା ଉଦ୍‌ଯାପିତ ହୋଇଯାଇଛି । ବ୍ଲକସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୪ ଗୋଟି ବ୍ଲକରୁ ୧୪୦ ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଓଷ୍ଟା ଜିଲ୍ଲା ଉପ-ସଭାପତି ଶ୍ରୀବତ୍ସ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବକୁ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ସୃଷ୍ଟି ଓ ଭଲ ମଣିଷ ହେବା ପାଇଁ କହିବା ସହ ଦେଶର ସାମଗ୍ରିକ ବିକାଶ ଶିଶୁମାନଙ୍କ ଉପରେ ନିର୍ଭରଶୀଳ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଉପଦେଷ୍ଟା ପୁରନ୍ଦର ଦାଶ ଯୋଗ ଦେଇ ନିଜ ବକ୍ତବ୍ୟରେ ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ସାଧନ ଆମ୍ଭମାନଙ୍କର ମୁଖ୍ୟ କର୍ତ୍ତବ୍ୟ ବୋଲି କହିଥିଲେ । ପୂର୍ବତନ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ବାବୁ, ରାଜ୍ୟ ସଂପାଦିକା ଓଷ୍ଟା ରଂଜିତା ମିଶ୍ର ମଂଚାସିନ ଥିଲେ । ଜିଲ୍ଲା ସଂପାଦକ କୁଶଧ୍ୱଜ ସାହୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କହିଥିଲେ । ଏକକ ନୃତ୍ୟରେ ଦ୍ରୋପଦୀ ରଣା, ତର୍କରେ ବିନ୍ଦିଆ ଭୋଇ, କଣ୍ଠ ସଂଗୀତରେ ପ୍ରୀତମ ସାହୁ, ଚିତ୍ରାଙ୍କନରେ ନରେଶ ପ୍ରଧାନ, ଆବୃତ୍ତି ରେ ଆୟୁଷ୍ମାନ ହୋତା, ଗଳ୍ପ ଲିଖନରେ ପ୍ରଜ୍ଞା ପରମିତା ସାହୁ, କବିତା ରଚନାରେ ପ୍ରୀତମ ବାରିକ, ଏକକ ଅଭିନୟରେ ଶ୍ରାବଣୀ ନାଏକ, ସାଧାରଣ ଜ୍ଞାନରେ ସୁନିଲ ରଣା, କୁଇଜରେ ରାହୁଲ ତରିଆ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ବିଜ୍ଞାନ କୁମ୍ଭାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଜୀବନରେ ଶୃଙ୍ଖଳା ଜ୍ଞାନ ରହିବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ରାଜ୍ୟ ଓଷ୍ଟା ସଭାପତି ବିନୋଦ ପାଣିଗ୍ରାହୀ ଶିଶୁମାନଙ୍କ ଭିତରେ ଥିବା କଳା ଓ ଜ୍ଞାନକୁ ପରିପ୍ରକାଶ କରିବା ପାଇଁ ଓଷ୍ଟା ସବୁ ସ୍ଥିତିରେ ରାଜ୍ୟର ଏକ ଧାଡିର ଅନୁଷ୍ଠାନ ବୋଲି କହିଥିଲେ । ଓଷ୍ଟା ରାଜ୍ୟ ଉପସଭାପତି ସୁଧିର କୁମାର ନାଏକ ମଂଚାସିନ ଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ବ୍ଲକ ସଂପାଦକ ଓ ଓଷ୍ଟା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷକ ଅମୂଲ୍ୟ ବେହେରା ଓ ଶିକ୍ଷୟତ୍ରୀ ଅଳକା ଦାଶ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଶଙ୍କର ମିଶ୍ର ଓ ରସାନନ୍ଦ ମହାପାତ୍ର । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସଂଜିବ ହୋତା, ଶୁଭେନ୍ଦୁ ମହାନ୍ତି, କୃଷ୍ଣଚନ୍ଦ୍ର ବାରିକ, ଅଜୟ ଭୋଇ, ଦୀପକ ମିଶ୍ର, ପୂର୍ଣ୍ଣ ମେହେର, ଖିରୋଦ୍ର ସାହୁ ଓ ରଂଜିତ ମିଶ୍ର ।

jittmm
Leave A Reply

Your email address will not be published.