oom

ସହିଦ ଯବାନଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି

jsmm

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ଛତିଶଗଡ଼ର ସୁକମାରେ ମାଓବାଦୀଙ୍କ ସହ ଗୁଳି ବିନିମୟ ବେଳେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଖବର ସାରା ଦେଶକୁ ମର୍ମାହତ କରିଛି । ଆଜି ସହିଦ ଯବାନଙ୍କ ଆତ୍ମାର ଶାନ୍ତି ଓ ସତଗତି ନିମନ୍ତେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ବଲା‌ଙ୍ଗିର ଜିଲ୍ଲା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଭିମଭୋଇ ମେଡିକାଲ୍ ଛକ ଠାରେ ମଞ୍ଚର ସଦସ୍ୟମାନେ ଗତକାଲି ସନ୍ଧ୍ୟାରେ ଏକତ୍ରିତ ହୋଇ ଦୀପ ପ୍ରଜ୍ବଳନ କରି ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ପୁଷ୍ପଗୁଚ୍ଛ ଦେଇଥିଲେ । ପରେ ବୀର ଶହୀଦ ଯବାନଙ୍କ ଆତ୍ମାର ଶାନ୍ତି ଓ ସତଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ । ମଞ୍ଚର ବଲା‌ଙ୍ଗିର ଶାଖା ସଂଯୋଜକ ଅଜୟ ନାଗଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ରାମନାରାୟଣ ଦାସ, ଜୟଦେବ୍ ଜାଲ୍, ସନ୍ତୋସ୍ କର୍ମି, ରବି ଖମାରି, ସୁମେସ୍ ଡାଂଗ୍, ସୁରେଶ୍ କମ୍ପ, ଇସ୍ରାଏଲ୍ ଛତ୍ରିଆ, ରାଜା ମିଶ୍ର, ଦିଗାମ୍ବର ବନଛୋର୍, ମୁନା ନାଗ୍, ସନ୍ତୋସ୍ ଠାକୁର୍ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.