oom

ଜୟ ଯବାନ ଜୟ କିଷାନ ନାରା ଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କାରଗିଲ ବିଜୟ ଦିବସକୁ ୨୪ ବର୍ଷ ପୁରିଛି । ପାକିସ୍ତାନ ବିରୁଦ୍ଧରେ ଦୀର୍ଘ ୨ ମାସ ଲଢେଇ ପରେ ଆଜିର ଦିନରେ ବିଜୟର ସ୍ୱାଦ ଚାଖିଥିଲା ଆମ ଦେଶ । ଆତ୍ମବଳି ଦେଇଥିଲେ ହଜାର ହଜାର ବୀର ସୈନିକ, ସେହି ବୀର ସହିଦ ଯବାନମାନଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ନାରା ଦେଇଛି ଜୟ ଯବାନ ଜୟ କିଷାନର । ଚାଷ ଜମିରେ ଚାଷୀ ଭାଇଙ୍କୁ ଶ୍ରମଦାନ କରି ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛି ବୀର ସହିଦ ଯବାନମାନଙ୍କୁ । ଠିକ ବୀର ଯବାନ ମାନଙ୍କ ପରି ଦିନରାତି ଖଟି ସାରା ଦେଶକୁ ଖାଦ୍ୟ ଯୋଗାଇ ଥାଏ ଚାଷୀ ଭାଇ । ସୀମାରେ ସୈନିକଙ୍କ ଭଳି ଚାଷ କ୍ଷେତ୍ରରେ ପ୍ରତି ମୁହୂର୍ତ୍ତରେ ବଳିଦାନ ଦେଇ ସାରା ଦେଶକୁ ଅନ୍ନ ଯୋଗାଇ ଥାଏ । ଏହି ବିଚାର ସହିତ ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଂଚାୟତ କୁଟୁରାପାଲି ଗାଁର ଜଗଲ ପଟିଆଙ୍କ ଚାଷ ଜମିରେ ଶ୍ରମଦାନ ପୂର୍ବକ ପଲ୍ହା ରୋପଣ କରି ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଆଜି ସକାଳୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଲୋଇସିଂହା ଶାଖାର କର୍ମକତାମାନେ କୁଟୁରାପାଲିରେ ପହଂଚି ଜଗଲ ପଟିଆଙ୍କ ଚାଷ ଜମିରେ ପ୍ରଥମେ ହଳ କରି ପଲ୍ହା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ପ୍ରତିଷ୍ଠାତା ସୋମନାଥ ମିଶ୍ର, କାର୍ଯ୍ୟକାରୀ ସଭାପତି ମୁକେଶ ପଧାନ, ଲୋଇସିଂହା ଶାଖାର ସଭାପତି ଅଜୟ ବେହେରା, ସମ୍ପାଦକ ଜଗତପତି ଦାନୀ, ରୋଶନ ମେହେର, କୁଟୁରାପାଲି ଶାଖାର ସଂଯୋଜକ ଧୀରୁ ଥାନାପତି, ରାମ ଧାରୁଆ, ପ୍ରକାଶ ଦଣ୍ଡସେନା, ସଦାନନ୍ଦ ବଗର୍ତି, ବାବୁଲାଲ ଦଣ୍ଡସେନା, କଳାକାଁହୁ ବଗର୍ତି, ଉତ୍ତମ ସାହୁ, ଅଚୁତ ପୋଡ଼, ବିଶ୍ୱ ସାହୁ, ରଞ୍ଜନ ନନ୍ଦ, ପପୁ ଦଣ୍ଡସେନା ଆଗଲପୁର ଶାଖାର ସଂଯୋଜକ ସଂଯୋଗ ସାହୁ, ପ୍ରତୀକ ସାହୁଙ୍କ ସମେତ ବହୁ ସଦସ୍ୟ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.