oom

ଦାଦନ ଶ୍ରମିକ ଉଦ୍ଧାର : ସର୍ଦ୍ଦାର ଅଟକ

jsmm

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲାର ଲାଠୋର ପୋଲିସ ରବିବାର ରାତିରେ ୧୨ ଜଣ ଦାଦନ ଶ୍ରମିକଙ୍କୁ ବସଷ୍ଟାଣ୍ଡ ନିକଟରୁ ଉଦ୍ଧାର କରି ଗାଡି ଚାଳକ ଏବଂ ସର୍ଦ୍ଦାରକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ବ୍ୟବହୃତ ବୋଲେରୋ ଗାଡ଼ିକୁ ଜବତ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ଜଣାପଡିଛି ଯେ, ଲାଠୋର ଥାନା ଅଧୀନସ୍ଥ ଫୁଲକିମୁଣ୍ଡା ଗ୍ରାମର ଦାଦନ ସର୍ଦ୍ଦାର ପ୍ରୀତମ ବାଗ୍ ଏକ ଧଳା ରଙ୍ଗର ବୋଲେରୋ ନଂ ସିଜି-୦୬ ଜିଏନ୍-୩୦୪୩ ଯୋଗେ ପିଙ୍ଗଲମୁଣ୍ଡା ଗାଁର ୭ ଜଣ, ନାନ୍ଦୁପଲା ଗାଁର ୪ ଜଣ ଏବଂ ମଲିକମୁଣ୍ଡା ଗାଁର ୧ ଜଣ, ଏହିପରି ସର୍ବମୋଟ ୧୨ ଜଣ ମହିଳା ପୁରୁଷ ଶ୍ରମିକଙ୍କୁ ଚେନ୍ନାଇ ଚାଲାଣ କରୁଥିବା ବେଳେ କୈାଣସି ସୁତ୍ରରୁ ଖବର ପାଇ ଲାଠୋର ପୋଲିସ ରବିବାର ରାତି ବସଷ୍ଟାଣ୍ଡ ନିକଟରୁ ଠାବ କରି ଥାନାକୁ ନେଇଥିଲେ । ତହିଁ ଆରଦିନ ସକାଳୁ ପଚରା ଉଚରା କଲା ପରେ ଜଣାପଡିଲା, ସଂପୃକ୍ତ ସର୍ଦ୍ଦାର ଚେନ୍ନାଇକୁ ଶ୍ରମିକ ଚାଳାଣ କରୁଥିଲେ । ଘଟଣା ଜଣାପଡ଼ିବା ପରେ ସର୍ଦ୍ଦାରଙ୍କ ବିରୋଧରେ ଲାଠୋର ଥାନା କେସ୍ ନମ୍ବର ୧୩୪/୨୦ରେ ଦଫା ୪୨୦, ୩୭୪/୩୪, ୨୫ ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ଚାଲାଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ସଂପୃକ୍ତ ଶ୍ରମିକମାନଙ୍କୁ ନିଜ ନିଜ ଗାଁକୁ ପଠାଇ ଦାଦନ ସର୍ଦ୍ଦାର ଏବଂ ଡ୍ରାଇଭର ହର୍ଷ ଛତ୍ରିଆଙ୍କୁ ଅଟକ ରଖିଥିବା ଲାଠୋର ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.