ବରଗଡ଼ ସାଂସଦ‌ଙ୍କ ଜନଶୁଣାଣୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ତାଙ୍କ ସରକାରୀ କାର୍ୟ୍ୟାଳୟ ଠାରେ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଆସିଥିବା ଲୋକଙ୍କ ସମାଧାନ ପାଇଁ ଜନଶୁଣାଣୀ କରିଥିଲେ । ବରଗଡ଼ ସଦର ମହକୁମା ଉପ ଜିଲ୍ଲାପାଳଙ୍କ ପରିସରରେ ଥିବା ତାଙ୍କ ସରକାରୀ କାର୍ୟ୍ୟାଳୟରେ ଉକ୍ତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ଅନେକ ଅଧିକାରୀ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ଆପତ୍ତି ଅଭିଯୋଗ ଓ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ କହିଥିଲେ । ଜନଶୁଣାଣୀ ଶିବିରରେ ତାଙ୍କ ପ୍ରତିନିଧି ସୁରେଶ୍ଵର ଶତପଥୀ ସହ ବହୁ କର୍ମୀ ଉପସ୍ଥିତ ଥିଲେ । ସାଂସଦ‌ଙ୍କ ଏପରି ପ୍ରୟାସକୁ ଜନସାଧାରଣ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.