jayashree

ଅର୍ଜୁନପୁର ହାଇସ୍କୁଲରେ ବିଦାୟକାଳୀନ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ବିଦାୟକାଲିନ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ରଥଙ୍କ ସଭାପତିତ୍ବରେ ହିନ୍ଦୀ ଶିକ୍ଷକ ଡିଙ୍ଗର ରାଉତ ସଭା ପରିଚାଳନା କରିଥିଲେ । ଏହି ଅବସରରେ ଅର୍ଜୁନପୁର ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତି ଗୀତା ଜଗଦଲା ଓ ସମିତି ସଭ୍ୟା ତଥା ବ୍ଲକ ଉପାଧ୍ୟକ୍ଷା ସୁଶ୍ରୀ ସୂର୍ଯ୍ୟକାନ୍ତି ଛତ୍ରୀଆଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟର ଉଭୟ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର ଶିକ୍ଷକ ସୁମନ୍ତ ପରୁଆ, ନେପାଲ ଡାଙ୍ଗ, ଜିତେନ୍ଦ୍ର ନାଏକ, କରୁଣା ପଧାନ, ଗପ୍ତେଶ୍ୱର କହଁର, ତାପସ ବିଶ୍ୱାଲ ତଥା କର୍ମଚାରୀ ବିରେନ୍ଦ୍ର ନାଗ ଏବଂ ପ୍ରବୀଣ କର୍ତୀ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ନବମ ଶ୍ରେଣୀ ଛାତ୍ରୀମାନେ ବିଦାୟ ସଙ୍ଗୀତ ପରିବେଷଣ କରିଥିଲେ । ବିଜ୍ଞାନ ଶିକ୍ଷକ ଅରବିନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.