- ଦୀର୍ଘ ରାତି ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟୁମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଦୁଇ ଦୁନିଆ କଣିହାଁ ଅଞ୍ଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ସ୍ଥିରିକୃତ ହୋଇଛି । ଶୁକ୍ରବାର ମଧ୍ୟ ରାତ୍ରୀରେ ଏନ୍ଟିପିସି ଅତିଥି ଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିବା ପରେ କଣିହାଁ ମଣ୍ଡଳ ବିଜେପି ପକ୍ଷରୁ ତାଙ୍କୁ ଉତ୍ସର୍ଗୀକୃତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ଉତ୍ତରୀୟ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ତଥା କଣିହାଁ ମଣ୍ଡଳ ପ୍ରଭାରୀ, ପର୍ଶୁରାମ ବାରିକ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ତଥା ତାଳଚେର ବିଧାନ ସଭା ମିଡିଆ ସେଲ ଅଧ୍ୟକ୍ଷ ଶୁଶାନ୍ତ କୁମାର ସାମଲ ବରିଷ୍ଠ ବିଜେପି ନେତା ଲୋକ ନାଥ ସାହୁ, ଜରଡା ସମିତି ସଭ୍ୟଙ୍କ ପ୍ରତିନିଧି ତଥା ଶ୍ରମିକ ନେତା ରମେଶ ସାମଲ, ସୁମନ୍ତ ପ୍ରଧାନ, ଶ୍ରମିକ ନେତା ଅଭୟ ସାହୁ, ଦୁଃଖ ବନ୍ଧୁ ଭୂତିଆ, ବରିଷ୍ଠ ବିଜେପି ନେତା ତ୍ରିପୁର ପ୍ରଧାନ, ତୁଷାର ବେହେରା ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ କଣିହାଁ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣ ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହ ଦୀର୍ଘ ରାତ୍ରୀ ପର୍ଯ୍ୟନ୍ତ ଆପତ୍ତି ଅଭଯୋଗ ଶୁଣିଥିଲେ ।