oom

ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଂପାଦକ ହେଲେ ଯୁବ ନେତା ପ୍ରୀତେଶ କୁମାର ବହିଦାର : ପଦ୍ମପୁରରେ ବିଜେପି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ତଳୀ ଭାରତୀୟ ଜନତା ପାର୍ଟିର ଯୁବନେତା ଭାବେ ବେଶ ଚଚ୍ଚିର୍ତ ପ୍ରୀତେଶ କୁମାର ବହିଦାର ବରଗଡ ଜିଲ୍ଲା ସଭାପତି ଭାବେ ଅନେକ ଉନ୍ନତି ମୂଳକ କାର୍ୟ୍ୟ କରିଥିବା ବେଳେ ଗତକାଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ୟ୍ୟ ପ୍ରେସମିଟ କରି ରାଜ୍ୟର ଯୁବମୋର୍ଚ୍ଚାର ସମସ୍ତ କାର୍ୟ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ । ରାଜ ବୋଡାସମ୍ବର ଅଂଚଳର ଉଜ୍ଜଳ ତାରକା ଭାବେ ଚର୍ଚ୍ଚିତ ଥିବା ଯୁବନେତା ପ୍ରୀତେଶ କୁମାର ବହିଦାରଙ୍କ ନାମ ଘୋଷଣା ହେବା ପରେ ପଦ୍ମପୁର ଅଂଚଳରେ ଏକ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା ।

ଶ୍ରୀ ବହିଦାର ଆଜି ସକାଳୁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୂଙ୍କ ଆଶିର୍ବାଦ ନେବା ପରେ ପାଇକମାଲ ଠାରେ ଯୁବମୋର୍ଚ୍ଚା ପାଇକମାଲ ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନିଜ ବାସଭବନରେ ଶ୍ରୀ ବହିଦାରଙ୍କୁ ବିଜେପି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସନ୍ଧ୍ୟା ସମୟରେ ପଦ୍ମପୁର ବିଜେପି ତରଫରୁ ଭେଉଁରିଆ ଛକ ଠାରେ ଶ୍ରୀ ବହିଦରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରିବର୍ତ୍ତି ପର୍ୟ୍ୟାୟରେ ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ପରିସରରେ ସେ ନିଜ ଅଭିଭାଷଣ ରଖି ଆାଗାମୀ ଦିନରେ ନିଜ ମାଁ ମାଟିର ଉନ୍ନତି କରିବା ସହ ରାଜ୍ୟ ନେତୃତ୍ବ ମଣ୍ତଳୀରେ ମିଳିଥିବା ସଂପାଦକ ପଦବୀର ଉଚିତ ବିନିଯୋଗ କରି ଲୋକଙ୍କ ସେବା କରିବା ସଙ୍ଗେ ସଙ୍ଗେ ଆଗାମୀ ଭବିଷ୍ୟତରେ ଭାରତୀୟ ଯୁବାମୋର୍ଚ୍ଚାକୁ ଆହୁରି ସୁଦୃଢ କରିବେ ବୋଲି ଜଣାଇଥିଲେ । ସେ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ୟ୍ୟକର୍ତ୍ତାଙ୍କୁ ସହୃଦୟରୁ ଧନ୍ୟବାଦ ଦେବା ସହ ଜନସାଧାରଣ ମାନଙ୍କ ଠାରୁ ଆଶିର୍ବାଦ କାମନା କରିଛନ୍ତି ।

jittmm
Leave A Reply

Your email address will not be published.