oom

ଦ୍ୱିତୀୟ ସାଲବେଗ ସ୍ମୃତି ସମାରୋହ ପ୍ରସ୍ତୁତି ବୈଠକ

jsmm

ଖଣ୍ଡପଡା, (କେପିଏନ୍‌ଏସ୍‌) : ମୋଟର ମାଲିକ ସଂଘ କାର୍ଯ୍ୟାଳୟ ଠାରେ ଆଜି ସଂଗୀତଜ୍ଞ ସ୍ୱର୍ଗତ ଭିକାରୀ ମହମ୍ମଦଙ୍କ ସ୍ମୁତି ଉଦ୍ଦେଶ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସାଲବେଗ କଲ୍‌ଚରର ସଭାପତି ତଥା ଆକାଶବାଣୀର ବିଶିଷ୍ଟ କଂଠଶିଳ୍ପୀ ନବ କିଶୋର ମିଶ୍ର ଏଥିରେ ସଭାପତିତ୍ୱ କରିଥିବା ବେଳେ ସଂପାଦକ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଓ ଆକାଶବାଣୀ – ଦୂରଦର୍ଶନର ସଂଗୀତ ସଂଯୋଜକ ଗୁରୁ ଆଲୋକ ଦାସ ଏହାର ଆଭିମୂଖ୍ୟ ବିଷୟରେ ଆଲୋକପାତ କରିଥିଲେ । ସ୍ୱର୍ଗତ ଭିକାରୀ ମହମ୍ମଦଙ୍କ ସ୍ମୁତିରେ “ସାଲବେଗ କଲ୍‌ଚର” ଆନୁକୁଲ୍ୟରେ ଆଗାମୀ ତା – ୧୪/୦୨/୨୦୨୧ ରବିବାର ଦିନ ଖଣ୍ଡପଡା ଠାରେ ସାଂସ୍କୃତିକ ମହାମିଳନର ପର୍ବ “ଦ୍ୱିତୀୟ ସାଲବେଗ ସ୍ମୁତି ସମାରୋହ” ଆୟୋଜନ କରାଯିବାକୁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେଲା । ଏଥିରେ ଭିକାରୀ ମହମ୍ମଦଙ୍କ ପ୍ରିୟ ଭାବେ ପରିଚିତ ଗିରୀଜା ଶଙ୍କର ତରାସିଆ, ଖଣ୍ଡପଡା ମହୋତ୍ସବର ସଭାପତି ପ୍ରଦୀପ୍ତ କିଶୋର ମିଶ୍ର, ପଣ୍ଡିତ ମନୋଜ ଦାସ, ଆକାବାଣୀ ଓ ଦୂରଦର୍ଶନ କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥ, ଗୁରୁ ରଜନୀକାନ୍ତ ମହାପାତ୍ର, ପ୍ରାଣକୃଷ୍ଣ ମହାରଣା, ନାରାୟଣ ଶୁକ୍ଳା, ପ୍ରଶନ୍ନ କୁମାର ଦାଶ, ରାମଚନ୍ଦ୍ର ଦାଶ, ଯୋଗି ମହମ୍ମଦ, ଲକ୍ଷ୍ମଣ ଖଟେଇ, ସବିତା ଶୁକ୍ଳା ତଥା ଅନ୍ୟମାନେ ଯୋଗ ଦେଇଥିବା ବେଳେ ଖଣ୍ଡପଡା ଅଞ୍ଚଳର ଯୁବ ସଂଗଠକ ଶ୍ରୁତି ରଞନ ମିଶ୍ର ଏହାକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.