୨୦୨୫ ବଜେଟ୍କୁ ପ୍ରତ୍ୟେକ କ୍ଷେତ୍ରରେ ଏକ ବିକଶିତ ତଥା ସମୃଦ୍ଧ ଭାରତ ଗଠନ ପାଇଁ ମୋଦୀ ସରକାରଙ୍କ ଦୂରଦୃଷ୍ଟିର ବ୍ଲୁ ପ୍ରିଣ୍ଟ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ
- ମଧ୍ୟବିତ୍ତ ଶ୍ରେଣୀ ସର୍ବଦା ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟରେ ଅଛନ୍ତି
- ବର୍ତ୍ତମାନ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ
- କୃଷକ, ଗରିବ, ମଧ୍ୟବିତ୍ତ ଠାରୁ ଆରମ୍ଭ କରି ମହିଳା ଏବଂ ଶିଶୁଙ୍କ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ, ତଥା ଷ୍ଟାର୍ଟଅପ୍, ନବସୃଜନ ଏବଂ ପୁଞ୍ଜି ବିନିଯୋଗ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ଏହି ବଜେଟ୍ ହେଉଛି ମୋଦୀ ଜୀଙ୍କର ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ପାଇଁ ଏକ ରୋଡମ୍ୟାପ୍
- ଏହି ବଜେଟ୍ ହେଉଛି କୃଷକଙ୍କ କଲ୍ୟାଣ ପାଇଁ ମୋଦୀ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ
- ବଜେଟ୍ -୨୦୨୫ ଯୁବକମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାରେ ଡେଣା ଲଗାଇବ
- ୧ ଲକ୍ଷ କୋଟି ଟଙ୍କାର ସହରୀ ଚ୍ୟାଲେଞ୍ଜ ପାଣ୍ଠି ମାଧ୍ୟମରେ ବଜେଟ୍ ୨୦୨୫ ସହରଗୁଡିକରେ ଜୀବନ ଏବଂ ବିକାଶକୁ ନୂତନ ଶକ୍ତି ଯୋଗାଇବ
- ବଜେଟ୍ ୨୦୨୫ ହେଉଛି ଏକ ନୂତନ ସୁଯୋଗ ଏବଂ ଗିଗ୍ ଶ୍ରମିକଙ୍କ ସମୃଦ୍ଧତା ପାଇଁ ମାଧ୍ୟମ, ବର୍ତ୍ତମାନ, ସେମାନେ କେବଳ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇ ଏକ ପରିଚୟ ପତ୍ର ପାଇବେ ନାହିଁ, ବରଂ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ପାଇବେ
- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଜୀଙ୍କୁ ଅନ୍ତର୍ଭୂକ୍ତ ଏବଂ ଦୂରଦୃଷ୍ଟି ସମ୍ପନ୍ନ ବଜେଟ୍ ପାଇଁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କେନ୍ଦ୍ର ବଜେଟ୍ ୨୦୨୫କୁ ପ୍ରତ୍ୟେକ କ୍ଷେତ୍ରରେ ଏକ ବିକଶିତ ତଥା ସମୃଦ୍ଧ ଭାରତ ଗଠନ ପାଇଁ ମୋଦୀ ସରକାରଙ୍କ ଦୂରଦୃଷ୍ଟିର ଏକ ବ୍ଲୁ ପ୍ରିଣ୍ଟ ଭାବରେ ପ୍ରଶଂସା କରିଛନ୍ତି। ଏହି ଅନ୍ତର୍ଭୂକ୍ତ ଏବଂ ଦୂରଦୃଷ୍ଟି ସମ୍ପନ୍ନ ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନେରନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ।
ଏକ୍ସରେ ଏକାଧିକ ପୋଷ୍ଟ କରି ଶ୍ରୀ ଅମିତ ଶାହ କହିଛନ୍ତି ଯେ କେନ୍ଦ୍ର ବଜେଟ୍ ୨୦୨୫ ପ୍ରତ୍ୟେକ କ୍ଷେତ୍ରରେ ଏକ ବିକଶିତ ତଥା ସମୃଦ୍ଧ ଭାରତ ଗଠନ ପାଇଁ ମୋଦୀ ସରକାରଙ୍କ ଦୂରଦୃଷ୍ଟିର ଏକ ବ୍ଲୁ ପ୍ରିଣ୍ଟ । ସେ କହିଛନ୍ତି ଯେ କୃଷକ, ଗରିବ, ମଧ୍ୟବିତ୍ତ ଶ୍ରେଣୀ ଠାରୁ ଆରମ୍ଭ କରି ମହିଳା ଏବଂ ଶିଶୁଙ୍କ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ, ତଥା ଷ୍ଟାର୍ଟଅପ୍, ନବସୃଜନ ଏବଂ ପୁଞ୍ଜି ବିନିଯୋଗ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବାରେ ଏହି ବଜେଟ୍ ହେଉଛି ମୋଦୀ ଜୀଙ୍କର ଏକ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ।
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ମଧ୍ୟବିତ୍ତମାନେ ସର୍ବଦା ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟରେ ଅଛନ୍ତି। ବଜେଟରେ ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ଛାଡ ଘୋଷଣା କରାଯାଇଛି । ମଧ୍ୟବିତ୍ତଙ୍କ ଆର୍ଥିକ ଉନ୍ନତି ପାଇଁ ପ୍ରସ୍ତାବିତ ଟିକସ ଛାଡ ବହୁତ ସହାୟତା ହେବ ବୋଲି ସେ କହିଛନ୍ତି।
ଶ୍ରୀ ଅମିତ ଶାହ କହିଛନ୍ତି ଯେ ବଜେଟରେ କୃଷକଙ୍କ କଲ୍ୟାଣ ପାଇଁ ମୋଦୀ ସରକାରଙ୍କ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କମ୍ ଫସଲ ଉତ୍ପାଦନ ହେଉଥିବା ୧୦୦ଟି ଜିଲ୍ଲାରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ସହିତ ପ୍ରାୟ ୧.୭ କୋଟି ଚାଷୀଙ୍କୁ ଉପକୃତ କରିବାକୁ ଲକ୍ଷ୍ୟ ରଖିଛି। ଏହା ସହିତ, ଡାଲି ଆତ୍ମନିର୍ଭରଶୀଳ ମିଶନ୍ ଏବଂ କପା ଉତ୍ପାଦନ ମିଶନ୍ କୃଷକଙ୍କ ସମୃଦ୍ଧତାକୁ ପ୍ରୋତ୍ସାହିତ କରିବ ଏବଂ ପୁଷ୍ଟିକର ସୁରକ୍ଷାକୁ ବଢାଇବ ।
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ବଜେଟ୍ ଠାରୁ ଆରମ୍ଭ କରି କ୍ୟାବିନେଟ୍ ପର୍ଯ୍ୟନ୍ତ କୃଷକମାନେ ମୋଦୀ ସରକାରଙ୍କ ଯୋଜନା ଏବଂ ନୀତିର ମୂଳ ଅଂଶ ଅଟନ୍ତି। ସେ କହିଛନ୍ତି ଯେ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାର ୨୦୨୫ ବଜେଟରେ ଆସାମରେ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ୟୁରିଆ ପ୍ଲାଣ୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ କିସାନ୍ କ୍ରେଡିଟ୍ କାର୍ଡ (କେସିସି) ରେ ଋଣ ପରିମାଣ ୩ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି ଯାହାକି ଚାଷୀମାନଙ୍କୁ ସହାୟତା କରିବ ।
୧.୫ ଲକ୍ଷ କୋଟି ଟଙ୍କା ଯୋଡି ଋଣ ଗ୍ୟାରେଣ୍ଟିକୁ ଦ୍ୱିଗୁଣିତ କରିଥିବାରୁ ଶ୍ରୀ ଅମିତ ଶାହ ଏମଏସଏମଇ କ୍ଷେତ୍ରକୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଷ୍ଟାର୍ଟଅପ୍ ଏବଂ ଉତ୍ପାଦନ କେନ୍ଦ୍ର ବୃଦ୍ଧିକୁ ସହାୟତା କରିବ ବୋଲି ସେ କହିଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ଜୋତା, ଚମଡା ଏବଂ ଖେଳନା ଉତ୍ପାଦନ ଶିଳ୍ପ ଉପରେ ବଜେଟର ଧ୍ୟାନ ତୃଣମୂଳ ସ୍ତରରେ ନିଯୁକ୍ତି ସୃଷ୍ଟି କରିବ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କର ବିକଶିତ ଭାରତର ଦୃଷ୍ଟିକୁ ଆଗକୁ ବଢାଇବ ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ନୂତନ ସହରକୁ ବିମାନ ସଂଯୋଗ ଯୋଗାଇବା ଏବଂ ସୁଲଭ ପରିବହନକୁ ପ୍ରୋତ୍ସାହିତ କରିବାରେ ଉଡାନ୍ ଯୋଜନା ଲାଭଦାୟକ ବୋଲି ପ୍ରମାଣିତ ହେଉଛି। ଶ୍ରୀ ଶାହ କହିଛନ୍ତି ଯେ ବଜେଟ୍ ୨୦୨୫ ରେ ସାରା ଦେଶରେ ୧୨୦ ଟି ନୂତନ ବିମାନବନ୍ଦର ସହିତ ଏହି ଯୋଜନାକୁ ସମ୍ପ୍ରସାରିତ କରାଯିବ। ସେ କହିଛନ୍ତି ଯେ ଏହା ଅତିରିକ୍ତ ୪ କୋଟି ବିମାନ ଯାତ୍ରୀଙ୍କ ଯା ଆସ କ୍ଷମତା ବୃଦ୍ଧି କରିବ ଏବଂ ଦୁର୍ଗମ ଅଞ୍ଚଳରେ ପରିବହନକୁ ଆହୁରି ବୃଦ୍ଧି କରିବ ।
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ବଜେଟ୍ ୨୦୨୫ ରେ ଆମ ଯୁବବର୍ଗଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆ ଡେଣା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷରେ ୭୫,୦୦୦ ମେଡିକାଲ ସିଟ୍ ବୃଦ୍ଧିର ଲକ୍ଷ୍ୟ ଥିବାବେଳେ ୫ଟି ଆଇଆଇଟିରେ ଅଧିକ ୬୫୦୦ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା ଏବଂ ଆଇଆଇଟି ଏବଂ ଆଇଆଇଏସ୍ ରେ ୧୦,୦୦୦ ଗବେଷଣା ଫେଲୋସିପ୍ ପ୍ରଦାନ ଆମ ଯୁବବର୍ଗଙ୍କ ବୈଷୟିକ ଜ୍ଞାନ ସହିତ ଆମ ଦେଶର ଅଭିବୃଦ୍ଧି ଇଞ୍ଜିନକୁ ଇନ୍ଧନ ଯୋଗାଇବ ।
ଶ୍ରୀ ଅମିତ ଶାହ କହିଛନ୍ତି ଯେ ଦେଶର ଯୁବକମାନଙ୍କ ମଧ୍ୟରେ ଗବେଷଣା ପାଇଁ ବୈଜ୍ଞାନିକ ମାନସିକତା ଏବଂ ଆକାଂକ୍ଷାକୁ ଆହୁରି ସମୃଦ୍ଧ କରିବା ପାଇଁ ବଜେଟ୍ ୨୦୨୫ ଅତ୍ୟନ୍ତ ମହତପୂର୍ଣ ଅଟେ। ଗୃହମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା ନିଷ୍ପତ୍ତି ନୂତନ ପୀଢି ମଧ୍ୟରେ ନବସୃଜନକୁ ପ୍ରୋତ୍ସାହିତ କରିବ। ସେ କହିଛନ୍ତି ଯେ ଯୁବପୀଢିଙ୍କ ଦକ୍ଷତା ବୃଦ୍ଧି ପାଇଁ ୫ଟି ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ପାଇଁ ଘୋଷଣା ପ୍ରଶଂସନୀୟ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୨୫ ବଜେଟରେ ମୋଦୀ ସରକାର ବିହାରବାସୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି। ଶ୍ରୀ ଶାହ କହିଛନ୍ତି, ମଖାନା ବୋର୍ଡ ପ୍ରତିଷ୍ଠା, ମିଥିଳାଞ୍ଚଳରେ ପାଶ୍ଚାତ୍ୟ କୋଶୀ କେନାଲ ପ୍ରକଳ୍ପ, ଆଇଆଇଟି ପାଟଣାର ସମ୍ପ୍ରସାରଣ, ଜାତୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ, ଉଦ୍ୟୋଗ ଏବଂ ପରିଚାଳନା ଏବଂ ନୂତନ ବିମାନବନ୍ଦର ସହ ଜଡିତ ନିଷ୍ପତ୍ତି ବିହାରକୁ ଶିକ୍ଷା, ବ୍ୟବସାୟ, ସଂଯୋଗୀକରଣ, କୃଷକ କଲ୍ୟାଣ ଏବଂ ଆଗାମୀ ବର୍ଷରେ ରୋଜଗାର କ୍ଷେତ୍ରରେ ଏକ ହବ୍ କରିବ ।
ଶ୍ରୀ ଅମିତ ଶାହ କହିଛନ୍ତି ଯେ ବଜେଟ୍ ୨୦୨୫ ରେ ଭାରତୀୟ ଭାଷାରେ ଡିଜିଟାଲ୍ ଫର୍ମାଟରେ ପୁସ୍ତକ ଉପଲବ୍ଧ କରାଇବା ପାଇଁ ‘ଭାରତୀୟ ଭାଷା ପୁସ୍ତକ ଯୋଜନା’ ଘୋଷଣା ଭାରତୀୟ ଭାଷାକୁ ନୂତନ ଜୀବନ ଦେବ। ଏହି ନିଷ୍ପତ୍ତି ନୂତନ ପୀଢିକୁ ଭାରତୀୟ ଭାଷା ସହିତ ଯୋଡିବା ଏବଂ ଶିକ୍ଷାକୁ ଅଧିକ ଅନ୍ତର୍ଭୂକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୧ ଲକ୍ଷ କୋଟି ଟଙ୍କାର ସହରୀ ଚ୍ୟାଲେଞ୍ଜ ପାଣ୍ଠି ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫ ସହରରେ ଜୀବନ ଧାରଣ ଏବଂ ବିକାଶକୁ ନୂତନ ଶକ୍ତି ପ୍ରଦାନ କରିବ । ଅଭିବୃଦ୍ଧି ତଥା ଗୁଣାତ୍ମକ ଜୀବନର ମୂଳଦୁଆ ଭାବରେ ଏହି ପାଣ୍ଠି ଆମ ସହରଗୁଡ଼ିକୁ ପୁର୍ନ ଜୀବିତ କରିବ, ରାଜ୍ୟମାନଙ୍କୁ ୫୦ ବର୍ଷିଆ ୧.୫ ଲକ୍ଷ କୋଟି ଟଙ୍କାର ସୁଧମୁକ୍ତ ଋଣ ଘୋଷଣା ଏବଂ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଏହି ଉଦ୍ଦେଶ୍ୟକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି। ।
ଶ୍ରୀ ଅମିତ ଶାହ କହିଛନ୍ତି ଯେ ୨୦୨୫ ବଜେଟରେ ବିଦ୍ୟୁତ୍ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ଆଣବିକ ଶକ୍ତି ମିଶନ ଘୋଷଣା ଭାରତର ବିଶାଳ ଶକ୍ତିକୁ ପ୍ରଦର୍ଶିତ କରୁଛି । ସେ କହିଛନ୍ତି, ଏହି ମିଶନ ଭାରତକୁ ୨୦୪୭ ସୁଦ୍ଧା ୧୦୦ ଗିଗାଓ୍ବାଟ ପରମାଣୁ ଶକ୍ତି ଉତ୍ପାଦନ କରିବାକୁ ପ୍ରେରିତ କରିବ ଏବଂ ୫ ଟି ସ୍ୱଦେଶୀ ଛୋଟ ମଡ୍ୟୁଲାର ରିଆକ୍ଟର ବିକଶିତ କରିବ । ଏଥି ସହିତ ପରମାଣୁ ଶକ୍ତି ଅଧିନିୟମ ଏବଂ ପରମାଣୁ କ୍ଷୟକ୍ଷତି ପାଇଁ ନାଗରିକ ଦାୟିତ୍ବ ଅଧିନିୟମରେ ସଂଶୋଧନ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗ ସହିତ ଶିଳ୍ପ କ୍ଷେତ୍ରକୁ ପୁର୍ନଜୀବିତ କରିବ ।
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି, ବଜେଟ୍ ୨୦୨୫ ଆମର ସାମୁଦ୍ରିକ ତଥା ପରିବହନ ଶିଳ୍ପକୁ ବିଜୟୀ କରାଇଛି । ସେ କହିଛନ୍ତି ଯେ, ୨୫,୦୦୦ କୋଟି ଟଙ୍କାର ସାମୁଦ୍ରିକ ବିକାଶ ପାଣ୍ଠି ଏବଂ ଜାହାଜ ନିର୍ମାଣ ପାଇଁ କଞ୍ଚାମାଲ, ଉପାଦାନ, ଉପଯୋଗୀ ସାମଗ୍ରୀ କିମ୍ବା ଅଂଶ ଉପରେ ୧୦ ବର୍ଷ ପାଇଁ ବିସିଡି ଛାଡର ସମ୍ପ୍ରସାରଣ ସହିତ ଏହି କ୍ଷେତ୍ରଗୁଡିକ ବିଶ୍ୱ ପ୍ରତିଯୋଗିତାରେ ପ୍ରାଧାନ୍ୟ ବିସ୍ତାର କରିବାକୁ ପ୍ରସ୍ତୁତ ଅଛନ୍ତି।
ଶ୍ରୀ ଅମିତ ଶାହ କହିଛନ୍ତି, ୨୦୨୫ ବଜେଟ୍ ୩୬ ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ସୀମା ଶୁଳ୍କ ସମ୍ପୂର୍ଣ୍ଣ ଛାଡ ସହ ଆଗାମୀ ୩ ବର୍ଷ ରେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟେର ଡେ କେୟାର କର୍କଟ ଚିକିତ୍ସା କେନ୍ଦ୍ରର ପ୍ରସ୍ତାବ ରହିଛି ଏବଂ ଏଥିରୁ ୨୦୨୫-୨୬ରେ ୨୦୦ଟି ନିର୍ମାଣ ହୋଇ ରୋଗୀମାନଙ୍କ ଜୀବନକୁ ଯନ୍ତ୍ରଣାମୁକ୍ତ କରିବ ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ବଜେଟ୍ ୨୦୨୫ ମଧ୍ୟ ଗିଗ୍ ଶ୍ରମିକଙ୍କ ପାଇଁ ଏକ ନୂତନ ସୁଯୋଗ ଓ ସମୃଦ୍ଧତା ଆଣିଦେବ । ସେ କହିଛନ୍ତି ଯେ ବର୍ତ୍ତମାନ ଗିଗ୍ ଶ୍ରମିକମାନେ କେବଳ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରି ଏକ ପରିଚୟ ପତ୍ର ପାଇବେ ନାହିଁ, ବରଂ ସେମାନେ ସ୍ୱାସ୍ଥ୍ୟ ସୁବିଧାର ମଧ୍ୟ ଲାଭ ପାଇବେ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏସ୍ଭିଏନିଧି ଯୋଜନାର ସମ୍ପ୍ରସାରଣ ସହିତ ରାସ୍ତାପାର୍ଶ୍ବ ବିକ୍ରେତାମାନେ ୟୁପିଆଇ ସହ ଲିଙ୍କ୍ କରିପାରିବେ ଏବଂ ୩୦,୦୦୦ ପର୍ଯ୍ୟନ୍ତ କ୍ରେଡିଟ କାର୍ଡ ପାଇପାରିବେ ଏବଂ ବ୍ୟାଙ୍କରୁ ଅଧିକ ଋଣ ମଧ୍ୟ ଉଠାଇ ପାରିବେ ।