ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ଥଇଥାନ ଯୋଜନାରେ ଆର୍ଥିକ ସହାୟତା : ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଦିଆଗଲା ୧୫ ହଜାର ଟଙ୍କା ସହାୟତା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ଥଇଥାନ ଯୋଜନାରେ ସାଧାରଣ ପ୍ରଶାସନ ବିଭାଗ, ଓଡିଶା ସରକାରଙ୍କ ଅନୁମୋଦିତ ଆର୍ଥିକ ସହାୟତା ରାଶି ଟ.୧୫,୦୦୦/(ପନ୍ଦର ହଜାର ମାତ୍ର )କୁ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ଆଦେଶ ସଂଖ୍ୟା ୬୩୫୦ ତା ୦୨/୦୭/୨୧ରେ ହିତାଧିକାରୀ କୁମାରୀ ଅନୁରୀ ପାଣ୍ଡେ, ଗ୍ରାମ- କପାସିରା, ପୋ. ପଞ୍ଚମହଲା, ବ୍ଲକ-ଉଲୁଣ୍ଡା, ଜିଲ୍ଲା-ସୁବର୍ଣ୍ଣପୁରଙ୍କୁ ଆର୍ଥିକ ସହାୟତା ରାଶି ପନିପରିବା ବ୍ୟବସାୟ ନିମନ୍ତେ ତାଙ୍କ ବ୍ୟାଙ୍କଖାତାକୁ ପ୍ରଦାନ କରାଯାଇଥିବା ଜିଲ୍ଲା ଜରୁରୀଶାଖା ଅଧିକାରୀ ମୁକ୍ତେଶ୍ଵର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି କୁମାରୀ ଅନୁରୀ ପାଣ୍ଡେ ଜଣେ ଅନାଥ ଅଟନ୍ତି ।

Leave A Reply

Your email address will not be published.