ହାଟଙ୍ଗା ସ୍ଥିତ ଜଗନ୍ନାଥ ସଡ଼କ ଉପରେ ପାଣି, ଡଙ୍ଗାରେ ଯାତାୟାତ କରୁଛନ୍ତି ଲୋକେ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଜଗନ୍ନାଥ ସଡକ ଉପରେ ପାଣି ଜମିଥିବାରୁ ଲୋକମାନେ ଡ଼ଙ୍ଗା ସାହାଯ୍ୟରେ ପାରି ହେଉଥିବା ଦେଖିବାକୁ ମିଳିଛି । ଜଗନ୍ନାଥ ସଡକର ହାଟଙ୍ଗା ପୋଲ ଉପରେ ମହାନଦୀ ପାଣି ମାଡ଼ି ଆସିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଫଳରେ ଲୋକମାନେ ବିପଦପୂର୍ଣ୍ଣ ଅବସ୍ଥାରେ ଡ଼ଙ୍ଗା ସାହାଯ୍ୟରେ ରାସ୍ତା ପାରି ହେଉଛନ୍ତି । ମହାନଦୀରେ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ଜଗନ୍ନାଥ ସଡକର ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଜମିରହୁଛି ଫଳରେ ଯାତାୟାତରେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଏସବୁ ସ୍ଥାନରେ ପ୍ରତିବର୍ଷ ମହାନଦୀ ପାଣି ରାସ୍ତାଉପରୁ ମାଡି ଆସୁଥିବା ବେଳେ ଏହାକୁ ଦୃଷ୍ଟିରେରେ ରଖି ବିଭିନ୍ନ ସ୍ଥାନରେ ରାସ୍ତା କାମ ସହ ପୋଲ କାମ ଚାଲୁଛି । କିନ୍ତୁ କାମ ମନ୍ଥର ଗତିରେ ଚାଲୁଥିବା ହେତୁ ଏଭଳି ସମସ୍ୟା ଉପୁଜୁଥିବା ସାଧାରଣରେ ଅଭିଯୋଗ ହେଉଛି ।

Leave A Reply

Your email address will not be published.