ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର, ଅଳ୍ପକେ ବର୍ତିଲେ ଯାତ୍ରୀ

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା କରୋଡକଠା ନିକଟରେ ଆଜି ସକାଳୁ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଥିବା ଜଣାପଡିଛି । ବୁଧବାର ସକାଳୁ ଗାଡି ନଂ. ଓଡ଼ି ୦୨ ବିଇ ୮୬୦୨ କାରଟି ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ କରୋଡକଠା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା । କିନ୍ତୁ ରାସ୍ତା ପାଖରେ ଏକ ଗଛ ଥିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ପୁରୁଣାକଟକ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.