om academy

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ, ୧ ଆହତ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଗବର ପୋଲ ଉପରେ ଘଟିଛି ମର୍ମନ୍ତୁତ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହୋଇଛି ଜଣଙ୍କର ମୃତ୍ୟୁ । ମୃତକ ଜଣକ ହେଲେ ବାଗବର ଗାଁର ସତ୍ୟନାରାୟଣ ବିଶ୍ବାଳ । ସେ ଘରୁ ଜଟେସିଂହା ବାଲିଘାଟକୁ ଯାଉଥିବା ବେଳେ ବାଗବର ପୋଲ ଉପରେ ସୁବଳୟା ପଟୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ଲାଗିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଉଭୟ ମୃତ ଓ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ଅନ୍ୟ ବାଇକ ଆରୋହୀ ଜଣକ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ବୀରମହାରାଜପୁର ପୋଲିସ ପହଂଚି ଶବକୁ ଜବତ୍ କରିବା ସହ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି ।

Leave A Reply

Your email address will not be published.