oom

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ୱତନ୍ତ୍ର ଆଇନ ସଚେତନତା ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ବଡ଼ବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ପ୍ରାଧିକରଣ ସଚିବ ସ୍ୱାଗତ ଭାଷଣ ଦେବା ସହିତ ପ୍ରାଧିକରଣ ଦ୍ୱାରା ପରିଚାଳିତ ବିଭିନ୍ନ ଜନାଭିମୁଖୀ ମାଗଣା ଆଇନ ସହାୟତା ଯୋଜନା ଗୁଡ଼ିକ ସଂପର୍କରେ ବିସ୍ତୃତ ବର୍ଣ୍ଣନା କରିବା ସହିତ ଉପସ୍ଥିତ ଥିବା ଜନସାଧାରଣଙ୍କର ସମସ୍ୟା ସମ୍ବନ୍ଧରେ ଅବଗତ ହେବା ସହିତ ସେଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ ଆଇନ ଅନୁଯାୟୀ ବ୍ୟବସ୍ଥା କରିଥିଲେ । ଏହାପରେ ପ୍ରାଧିକରଣର ପିଏଲ୍‌ଭି ଶ୍ରୀମତୀ ବିଦ୍ୟୁତଲତା ଖମାରୀ ପ୍ରାଧିକରଣର ଆଇନ ସହାୟତା ଦ୍ୱାରା ଉପକୃତ ହୋଇଥିବା ଲୋକଙ୍କ ବିଷୟରେ ବିସ୍ତୃତ ବର୍ଣ୍ଣନା କରିବା ସହିତ ସମାଜରେ ଥିବା ଅବହେଳିତ, ଦଳିତ ଏବଂ ବିଭିନ୍ନ ବର୍ଗର ଲୋକମାନେ କିପରି ଏହି ଆଇନ ସହାୟତାର ଲାଭ ଉଠାଇ ପାରିବେ ତାହା ବର୍ଣ୍ଣନା କରିଥିଲେ । ଏହାପରେ ପ୍ରାଧିକରଣର ପାନେଲ୍‌ ଲୟର ଦୀନବନ୍ଧୁ ବଗର୍ତ୍ତି ବିଭିନ୍ନ ଆଇନ ସମ୍ବନ୍ଧରେ ସଚେତନତା ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ଦାଶ ଏବଂ ସରପଞ୍ଚ ଧୁବେଇ ଚନ୍ଦ୍ର ରାଉତ ପଞ୍ଚାୟତବାସୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ଏହି ଶିବିରକୁ ଆୟୋଜନ କରିବାରେ ପଞ୍ଚାୟତର ସମସ୍ତ କର୍ମଚାରୀ ଓ ପ୍ରାଧିକରଣର ପିଏଲ୍‌ଭି ପ୍ରକାଶ ସେଠ୍‌ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.