oom

‘ସଚେତନ ହେମା’ ଢୋଲବନ୍ଧ ଆୟୋଜିତ ଦ୍ଵିତୀୟ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ଆସନ୍ତା ଡିସେମ୍ବର ୩୦ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ଆସନ୍ତା ଡିସେମ୍ବର ୩୦ ଓ ୩୧ ଦୁଇଦିନ ଧରି ମହାସମାରୋହରେ ନାଟ୍ୟ କଳାର ଜୟଗାନ କରି ଗ୍ରାମୀଣ ପରିବେଶ ମଧ୍ୟରେ କୋଭିଡ ଗାଇଡଲାଇନ ଅନୁସାରେ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ନାଟକ ବଏଠା ସାଂସ୍କୃତିକ ଅନୁଷ୍ଠାନର ସୁଖୀ ଭବ, ସଚେତନ ହେମା ଢୋଲବନ୍ଧର ମୋର କାଏଁ ଦୋଷ ମଞ୍ଚସ୍ଥ ହେବାକୁ ଥିବା ବେଳେ ଦ୍ଵିତୀୟ ସନ୍ଧ୍ୟାରେ ବୀଣାପାଣି ସାହିତ୍ୟ ସଂସଦ ସୋନପୁର ଦ୍ୱାରା ଗୁଟେ ରାତିର କଥା, ସଚେତନ ହେମାର ନାଟକ ମାତା ସାବିତ୍ରୀ ବାଇ ଫୁଲେ ନାଟକ ମଞ୍ଚସ୍ଥ ହେବ । ପ୍ରଥମ ଦିନ ନାଟକ ମହୋତ୍ସବ ପାଇଁ କଳସ ଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମ ମଧ୍ୟରେ ଅନୁଷ୍ଠିତ ହେବ । ଏହି ନାଟକ ମହୋତ୍ସବ ଅବସରରେ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ଡ଼ଃ ତୁଷାରକାନ୍ତ ସାହୁଙ୍କୁ ନାଟ୍ୟ ତପସ୍ବୀ ଓ ସୁରେନ୍ଦ୍ର ସାହୁଙ୍କୁ ସଂଗୀତ ତପସ୍ବୀ ସମ୍ମାନରେ ଭୂଷିତ କରାଯିବ । ଲଷ୍ମୀ ନାରାୟଣ ଭାଗବତ ଟୁଙ୍ଗି, ଜୟ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀ ଢୋଲବନ୍ଧର କଳାକାରମାନେ ନାଟକ ସଚେତନତାରେ ଭାଗ ନେବେ । ଗ୍ରାମୀଣ, ଦର୍ଶକଙ୍କ ସ୍ନେହ, କଲାପ୍ରେମୀଙ୍କ ଆଗ୍ରହ ଏହି ମହୋତ୍ସବକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି । କଳା ସଂସ୍କୃତି କ୍ଷେତ୍ରରେ କାମ କରୁଥିବା ଏହି ଅନୁଷ୍ଠାନର କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କଲାପ୍ରେମୀ ଯୋଗଦେବା ସହ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି ନାଟ୍ୟକାର ରାଜକୁମାର ସାହୁ ।

jittmm
Leave A Reply

Your email address will not be published.