oom

ଅଲୋଡ଼ା ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର ) : ଗତକାଲି ବଲାଙ୍ଗିର ଚନ୍ଦ୍ରଶେଖର ନଗରର ଏକ ପରିତ୍ୟକ୍ତ ସରକାରୀ ଘରୁ ସନ୍ଦେହଜନକ ଭାବେ ବୃଦ୍ଧ ସ୍ବାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଦୀର୍ଘ ଦିନରୁ ଅସୁସ୍ଥ ଥିବା ବୃଦ୍ଧଙ୍କ ମୃତ୍ୟୁ ପରେ ବୃଦ୍ଧା ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରିଥିଲା ପୋଲିସ କ୍ଷ ମୃତ ସ୍ବାମୀ ଜଣକ କୁଡ଼ସିଂଗା ଗାଁର ବୃନ୍ଦାବନ ସାହୁ, (୮୨) ଓ ସ୍ତ୍ରୀ ନିରାଶ ସାହୁ (୮୦) ବୋଲି ଜଣାପଡିଛି ।
ପ୍ରାପ୍ତ ସୂଚନା ଅନୁସାରେ, ବୃଦ୍ଧ ଦମ୍ପତ୍ତିଙ୍କ କୌଣସି ସନ୍ତାନ ସନ୍ତତି ନଥିବା ବେଳେ ପରିବାରରେ ଅଲୋଡ଼ା ହୋଇ ବଲାଙ୍ଗିର ରାଜସ୍ବ ବିଭାଗର ଏକ ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲେ ବୃଦ୍ଧ ଦମ୍ପତି କ୍ଷ ହେଲେ ଗତ କାଲି ଜଣେ ପଡୋଶୀ କିଛି ଖାଇବା ନେଇ ଯିବାବେଳକୁ ବୃଦ୍ଧ ବୃନ୍ଦାବନ ଚଟାଣରେ ପଡ଼ିଥିବା ବେଳେ ସ୍ତ୍ରୀ ନିରାଶ ବେକରେ ରସି ଲଗାଇ ଝରକାରେ ଝୁଲି ପଡ଼ିଥିବା ଦେଖିଥିଲେ କ୍ଷ ଏନେଇ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦମ୍ପତିଙ୍କ ମୃତ ଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଭୀମ ଭୋଇ ମେଡିକାଲକୁ ପଠାଇଥିଲା କ୍ଷ ଶେଷରେ ଜାତିଆଣ ମନୋଭାବ ତଥା ସଂକ୍ରମଣ ଆଶଙ୍କାରେ ମୃତଦେହକୁ ଶବ ସତ୍କାର କରିବାକୁ କେହି ଆସି ନଥିଲେ । ଶେଷରେ ଅଲୋଡ଼ା ହୋଇ ପଡି ରହିଥିବା ଶବକୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସ୍ଥାନୀୟ ବିଭୁତିପଡ଼ା ସ୍ୱର୍ଗଦ୍ୱାରକୁ ନେଇ ସମସ୍ତ ରୀତି ନୀତିରେ ଶେଷ କୃତ୍ୟ କରିଥିବ ସୂଚନା ରହିଛି ।

jittmm
Leave A Reply

Your email address will not be published.