oom

ଉପ ନିର୍ବାଚନ ତାତି : କଂଗ୍ରେସ ପକ୍ଷରୁ ଜୋର୍‌ଦାର୍‌ ରୋଡ଼୍‌ ସୋ’

jsmm

ବାଲେଶ୍ୱର : ବାଲେଶ୍ୱରରେ ଉପ ନିର୍ବାଚନ ତାତି ବେଶ୍‌ ଜୋର୍‌ ଧରି ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ଏକ ଜୋର୍‌ଦାର୍‌ ରୋଡ଼୍‌ ସୋ’ର ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । କଂଗ୍ରେସ ପ୍ରାର୍ଥିନୀ ବାଲେଶ୍ୱର ମାଟିର ଝିଅ ମମତା କୁଣ୍ଡୁଙ୍କ ପାଇଁ ପ୍ରଚାର କରିବାକୁ କଂଗ୍ରେସ ପକ୍ଷରୁ ରୋଡ଼୍‌ ସୋ’ର ଆୟୋଜନ ହୋଇଥିବା ବେଳେ ବୁଧବାର ଅପରାହ୍ନରେ ଭୁଜାଖବଆ ପୀର ଠାରୁ ଏକ ରୋଡ୍‌ ସୋ’ରେ କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁଙ୍କ ସହ କଂଗ୍ରେସର ବଳିଷ୍ଠ ନେତାବୃନ୍ଦ ଓ କଂଗ୍ରେସ କର୍ମୀମାନେ ସାମିଲ୍‌ ହୋଇଥିଲେ । ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ଅଧିରାଜ ପାଣିଗ୍ରାହୀ, ଆଦିବାସୀ ନେତା ପ୍ରଦୀପ ମାଝୀ, ସତ୍ୟଶିବ ଦାଶ ପ୍ରମୁଖ ଏହି ରୋଡ଼୍‌ ସୋ’ରେ ଯୋଗଦାନ କରି କଂଗ୍ରେସର ବିଭିନ୍ନ ଅବଦାନ ଉପରେ ଲୋକଙ୍କୁ ଅବଗତ କରାଇଥିଲେ । ଟାଉନ୍‌ ଥାନା ନିକଟସ୍ଥ ଗୋଳାପୋଖରୀ ନିକଟରେ ରୋଡ୍‌ ସୋ ପହଂଚି ସମବେତ ଜନତାଙ୍କୁ କୃଷି ଓ କୃଷକର ବର୍ତ୍ତମାନର ଅବସ୍ଥା ସଂପର୍କରେ ସୂଚନା ଦେବା ସହ କଂଗ୍ରେସ ଦଳର ମାଟି ପ୍ରତି ରହିଥିବା ଦାୟିତ୍ୱବୋଧ ସଂପର୍କରେ କଂଗ୍ରେସ ନେତୃବୃନ୍ଦ ଅବଗତ କରାଇଥିବା କୁହାଯାଇଛି ।

jittmm
Leave A Reply

Your email address will not be published.