om academy

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଉଦ୍‌ଯାପିତ

jsm

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୁଣ୍ଡୁକେଲାସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ସତର ଦିନ ବ୍ୟାପି ଚାଲିଥିବା ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ରୀଡା, ସଂସ୍କୃତି ତଥା ସମାଜ ସଚେତନତା ମୂଳକ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ନୋଡାଲ୍ ଅଫିସର୍ ଅଧ୍ୟାପିକା ପ୍ରଣତି ବେହେରାଙ୍କ ତତ୍ତ୍ଵାବଧାନରେ କ୍ରୀଡ଼ା ସମିତି ନିଷ୍ପାଦକ ଅଧ୍ୟାପକ ବିଜୟ କୁମାର ମହାପାତ୍ର, ଅଧ୍ୟାପକ ଶିବ ନାରାୟଣ ଦତ୍ତ, ସାଂସ୍କୃତିକ ସମିତି ନିଷ୍ପାଦକ ଅଧ୍ୟାପକ ଉମାଶଙ୍କର ଧର, ଅଧ୍ୟାପିକା ରଶ୍ମୀରେଖା ସାହୁ, ସମାଜ ସଚେତନଧର୍ମୀ ସମିତିର ନିଷ୍ପାଦକ ଅଧ୍ୟାପକ ଜଳଧର ପାଣିଗ୍ରାହୀ, ଅଧ୍ୟାପିକା ପ୍ରତିଭା ତନ୍ତୀ, ଅଧ୍ୟାପକ ବିଷ୍ଣୁ ମୋହନ ଅରଖ କାର୍ଯ୍ୟକ୍ରମଗୁଡ଼ିକୁ ସମ୍ପାଦନ କରିଥିଲେ । ଏହି ଉଦ୍‌ଯାପନୀ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ କୁମାର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାର ବିକାଶ ଦିଗରେ ଏହି ଭଳି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର କୁମାର ପଟେଲ ତାଙ୍କର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଏହି ପ୍ରତିଭା ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ମୁଖ୍ୟଅତିଥି, ସମ୍ମାନିତ ଅତିଥିଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏକ ପାରମ୍ପରିକ ବେଶଭୂଷାର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବସନ୍ତ କୁମାର ନାୟକ ସମସ୍ତ ନିଷ୍ପାଦନ ସମିତିର ସୁଚାରୁ ସଞ୍ଚାଳନ ଓ ଅନୁଷ୍ଠାନର ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗ ଏହି କାର୍ଯ୍ୟକ୍ରମକୁ ସଫଳ କରିପାରିଲା ବୋଲି ମତବ୍ୟକ୍ତ କରିଥିଲେ । ନୋଡାଲ୍ ଅଫିସର୍ ଅଧ୍ୟାପିକା ପ୍ରଣତି ବେହେରା ସଭା ପରିଚାଳନା କରିଥିବା ବେଳେ ଶେଷରେ ଅଧ୍ୟାପକ ବିଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.