csstore

ମାଲପଡା ଗ୍ରାମରେ ରକ୍ତଦାନ ଶିବିର ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ଗ୍ରାମପଞ୍ଚାୟତର ମାଲପଡ଼ା ଗାଁର ଡ଼ାଇଜ ଯୁବ ଅନୁଷ୍ଠାନ ଓ ଆମ ଓଡିଶା ରକ୍ତଦାନ ଅଭିଯାନ ତରଫରୁ ପ୍ରାଥମିକ ବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟଅତିଥି ଭାବେ ସମାଜସେବୀ ସୁଶିଲ ଅଗ୍ରୱାଲ,ସମ୍ମାନୀତ ଅତିଥିଭାବେ ସମିତି ସଭ୍ୟ ମୋହନ ସୁନା, ଇତିହାସ ଆଧ୍ୟାପକ ଶିବ ପ୍ରସାଦ ପାଥର, ମାଲପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭୁଗୋଲ ବନଗୁଲା, ଡ଼ାଇଜ ସଭାପତି ଗୁପ୍ତେଶ୍ୱର ଧରୁଆ । ପ୍ରଥମେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିଛବିରେ କେଣ୍ଡେଲ ଜଳେଇ ପୁଷ୍ପମାଲ୍ୟା ଅର୍ପଣ କରି ସାରିବା ପରେ ରକ୍ତଦାନ ସଂଗ୍ରହ ଆରମ୍ଭ କରାଯାଇଥିଲା । ପ୍ରଥମେ ସମ୍ମାନୀତ ଅତିଥିଭାବେ ଥିବା ଇତିହାସ ଅଧ୍ୟାପକ ଶିବ ପ୍ରସାଦ ପାଥର ସ୍ବେଛାକୃତ ଭାବେ ରକ୍ତଦାନ ଆରମ୍ଭ କରିଥିଲେ । ୪ମହିଳା ସମେତ ୧୬ପୁରୁଷକୁ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଡ଼ାଇଜ ଯୁବ ଅନୁଷ୍ଠାନର ସଭ୍ୟ କୁବେର ଷାଣ୍ଢ, ନରେନ୍ଦ୍ର ଧରୁଆ, କପିଏ ସୁନା, ପ୍ରକାଶ ବେହେରା ବଳରାମ ମାଝୀ, ସୁଶିଲ ଧରୁଆ, ସମ୍ବାଦ ପ୍ରତିନିଧି ତନ୍ତ୍ର ଧରୁଆ, ରାଜା ସୁନା ପ୍ରମୁଖ ରକ୍ତଦାନ ଅଭିଯାନରେ ସହଯୋଗ କରିଥିବା ବେଳେ କଣ୍ଟାବାଞ୍ଜି ରକ୍ତଭଣ୍ଡାରରୁ ଡ଼ଃ. ମନିଷ ହୋତା ଟେକନିସିଆନ ତାପସ ରଞ୍ଜନ ସାହୁ, କୁନାଲ ଦାସ, ଗୁରୁବାରୁ ରଣା, ପ୍ରକାଶ ନାଗ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

jayashree
Leave A Reply

Your email address will not be published.