ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସ୍ଥାନୀୟ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ କଣ୍ଟାବାଞ୍ଜି ରେଳବାଇ ସୁରକ୍ଷା ବଳର ଥାନା ଅଧିକାରୀ ଏନ୍‌. ଜି. ରମନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାର ଡା. ସଜିତ ପାତ୍ର ଓ ମାରୱାଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୟଙ୍କ ଜୈନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ୨୧ ଜଣ ରକ୍ତଦାନ କରିଥିଲେ । ରକ୍ତ ଭଣ୍ଡାରର ଶିବ ସାହୁ,କୁନାଲ ଦାସ, ଦୁର୍ଗା ତାଣ୍ଡି, ଗୁରୁବାରୁ ରଣା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.