oom

ରକ୍ତଦାନ ଶିବିରରୁ ନବବର୍ଷର ଶୁଭାରମ୍ଭ କଲା ସଂକଳ୍ପ ପରିବାର

jsmm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ୨୦୨୨ ନବବର୍ଷର ପ୍ରଥମ ଦିନରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଆଇଆଇଏଚ୍‌ଟି, ବରଗଡର ମିଳିତ ଉଦ୍ୟମରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରି ନବବର୍ଷକୁ ସ୍ୱାଗତ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆଇଆଇଏଚ୍‌ଟି, ଡ଼ାଇରେକ୍ଟର ଏମ.ଆନନ୍ଦନ, ବରିଷ୍ଠ ଆଇନଜୀବୀ ଲିପିସିତ ମିଶ୍ର, ପତ୍ରକାର ରବିନାରାୟ ପଣ୍ଡା, ଅରବିନ୍ଦ କୁମାର ପ୍ରମୁଖ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ୯ ଜଣ ମହିଳା ରକ୍ତଦାତା ସମେତ ମୋଟ ୫୨ ୟୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ଦ୍ୱାରା ସଂଗ୍ରହ ହୋଇଥିଲା । ଯାହା ଆଇଆଇଏଚ୍‌ଟିରେ ପାଠ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ତେବେ ଆଜିର ଏହି ରକ୍ତଦାନ ଶିବିରକୁ ସଂକଳ୍ପ ପରିବାର ଓ ଆଇଆଇଏଚ୍‌ଟିର ମିଳିତ ସଂଯୋଜନାରେ ପରିଚାଳିତ ହୋଇଥିବା ବେଳେ ଏହାର ସଫଳ ରୂପାୟନ ପାଇଁ ସଂକଳ୍ପ ପରିବାର ସଭାପତି ରୋହିତ ଜସ୍ୱାଲ, ସିଦ୍ଧେଶ୍ୱର ଦେହେରି, ବିକାଶ ଭୋଇ, ସୁଶ୍ରୀ ସାହୁଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.