ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲିଠାରେ ପବିତ୍ର ଶ୍ରୀ ଗଣେଷ ଚତୁର୍ଥୀ ତିଥିରେ ବରଗଡ଼ ବିଜୁ ମହିଳା ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହାୟତାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ବିଜୁ ମହିଳା ଶାଖାର ସଭ୍ୟାମାନେ ରକ୍ତଦାନ କରିଥିଲେ । ଶିବିରକୁ ଓଡ଼ିଶା ମୋ ପରିବାରର ସଂଯୋଜକ ଗୌର ମିଶ୍ର, ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ନୀଳ କୁମାରୀ ନାଏକ, ଭଟଲି ବ୍ଲକ ଅଧ୍ୟକ୍ଷା ପ୍ରେମାବତୀ ସା, ଭଟଲି ବ୍ଲକ ସଭାନେତ୍ରୀ ଅନୁପମା ଭୁଏ ପ୍ରମୁଖଙ୍କ ତତ୍ବାବଧାନରେ ପରିଚାଳନା କରିଥିଲେ । ଏଥିରେ ୩୩ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ ।

Leave A Reply

Your email address will not be published.