ସହୀଦ ଦିବସରେ ରକ୍ତଦାନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ପାଟଣାଗଡ, (କେପିଏନ୍‌ଏସ୍‌) : ୨୩ମାର୍ଚ୍ଚ ୨୦୨୧ ଶହୀଦ ଭଗତ ସିଂ, ସହୀଦ ସୁଖଦେବ, ସହୀଦ ରାଜଗୁରୁଙ୍କ୯୦ତମ ବଳିଦାନ ଦିବସରେ “ନିଫା” ପକ୍ଷରୁ ସମ୍ବେଦନା ନାମକ ଏକ ବୃହତ୍ ରକ୍ତଦାନ ଶିବିର ଦେଶବ୍ୟାପୀ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରୁ ପାଟଣାଗଡ ବ୍ଲକ ଡାଙ୍ଗବାହାଲ ଗ୍ରାମପଞ୍ଚାୟତ କାର୍ୟ୍ୟାଳୟରେ “ଇନ୍ଦ୍ରଧନୁ”ଅନୁଷ୍ଠାନ ସହଯୋଗରେ ଏଇ ରକ୍ତଦାନ ଶିବିର କରାଯାଇଥିଲା । ଓଡିଶା ରକ୍ତଭଣ୍ଡାର ପାଟଣାଗଡରୁ ଟେକ୍ନିସିଆନ ବୃନ୍ଦ ଆସି ରକ୍ତ ସଂଗ୍ରହ କରିଥିଲେ । କାର୍ୟ୍ୟକ୍ରମରେ ଡାକ୍ତର ଭରତ ମେହେର ସଭାପତି‌ତ୍ୱ କରିଥିଲେ । ମୁଖ୍ୟଅତିଥି ଭାବରେ ପାଟଣାଗଡ ବି.ଡି.ଓ. ନୀଳମାଧବ ସୁନା ସହୀଦ ଦିବସର ମହ‌ତ୍ୱ ସମ୍ବନ୍ଧରେ ଧାରଣା ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥଲେ । ମୁଖ୍ୟବକ୍ତା ଜିଲ୍ଳା ସଂଯୋଜକ ଯୁବରେଡକ୍ରସ ଗୋପାଳ ବେହେରା ,ସମ୍ମାନିତ ଅତିଥି ଶରତ କୁମାର ନାଗ ଆଜୀବନ ସଦସ୍ୟ ରେଡକ୍ରସ ଓଡିଶା, ଦୁଖିତ ବାଗ ପି.ଇ.ଓ ଯୋଗ ଦେଇଥିଲେ । ”ଇନ୍ଦ୍ରଧନୁ”ର ସମ୍ପାଦିକା ଜୁନିୟର ରେଡକ୍ରସ୍ କାଉନସେଲର ସୁଶ୍ରୀ ସବିତା ଭୋଇ କାର୍ୟ୍ୟକ୍ରମର ପରିଚାଳନା କରିଥିଲେ । ରତିକାନ୍ତଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ରିଙ୍କି ନନ୍ଦ, ଦୁଖୀତ ବାଗ, ଶରତ କୁମାର ନାଗ, ରତିକାନ୍ତ ଭୋଇ, ସନ୍ତୋଷ କୁମାର ଭୋଇ, ମନୋଜ କୁମାର ଭୋଇ, ସୁଭାଷିତ ଶିଶାଙ୍ଗ ଭୋଇ, ବିଜୟ ପଧାନ, ଉମେଶ ଭୋଇ, ସୁଶାନ୍ତ ଧରୁଆ, ଅର୍ଜୁନ ସାହୁ, ଭୋଜରାଜ ଭୋଇ , ଶରତ ଭୋଇ, ସଦାଶିବ ବରିହା, ସନ୍ତୋଷ ଭୋଇ , ଲକ୍ଷପତି ସାହୁ ରକ୍ତଦାନ କରିଥିଲେ ।

Leave A Reply

Your email address will not be published.