ପ୍ରେମ ସମ୍ପର୍କକୁ ନେଇ ଆକ୍ରମଣ : ଯୁବତୀ ଗୁରୁତର

ବେଲପଡା, (କରୁଣାକର ବୁଡ଼େକ) : ବେଲପଡା ଥାନା ସୁଲେକେଲା ପଞ୍ଚାୟତର ବଙ୍ଗୋମୁଣ୍ଢାବାହାଲ ଗାଁରେ ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ଆକ୍ରମଣ ହୋଇଥିବା ବେଲପଡା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ବେଲପଡା ଥାନା ବଙ୍ଗୋମୁଣ୍ଡାବାହାଲ ଗାଁର ଜଣେ ଯୁବତୀଙ୍କ ସହ ବରପିତା ଗାଁର ଜଣେ ଯୁବକ ସହିତ ୩ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଗତ ଦୁଇମାସ ହେବ ଯୁବତୀ ଜଣକ ଯୁବକ ଅନ୍ୟ ଜାତିର ଏବଂ ତାଙ୍କର ଗୋଟିଏ ୩ବର୍ଷ ଶିଶୁ ଟିଏ ଥିବା ଜାଣିବାପରେ ଯୁବତୀ ଜଣକ ସମ୍ପର୍କ ରଖିବାକୁ ମନା କରି ଦେଇଥିଲା । ଏହାପରେ ଯୁବକ ଜଣକ ବାରମ୍ବାର ଯୁବତୀକୁ ଫୋନ କରି ଧମକ ଚକମ ଦେବା ସହ ସାମାଜିକ ଗଣମାଧ୍ୟମରେ ବ୍ଲାକମେଲ କରିବାକୁ ଚେତାବନୀ ଦେଇ ଯୁବତୀ ସହ ତାଙ୍କ ସମ୍ପର୍କୀୟକୁ ହଇରାଣ କରୁଥୁଲା । ଯୁବତୀ ଏହାର ବିରୋଧ କରିବାରୁ ଆଜି ମଧ୍ୟ୍ୟ ରାତ୍ରିରେ ଯୁବତୀ ନିଜ ସମ୍ପର୍କୀୟ ଘରେ ଶୋଇପଡ଼ିଥିବା ବେଳେ ଯୁବକ ଘର ଭିତରକୁ ପଶି ଯୁବତୀଙ୍କୁ ନିଜସହ ପଳାଇ ଯିବାକୁ ନିବେଦନ କରିଥିଲା । ଯୁବତୀ ଏହାର ବିରୋଧ କରିବାରୁ ଯୁବକ ଏକ ଛୁରାରେ ଯୁବତୀର ମୁଣ୍ଡକୁ ଆକ୍ରମଣ କରିଥିଲା । ଯୁବତୀ ଚିତ୍କାର କରିବାରୁ ପରିବାର ଲୋକେ ଉଦ୍ଧାର କରି ବେଲପଡା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ ଏବଂ ଯୁବତୀର ଦାଦା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଯୁବକ ଫେରାର ଥିବାବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡୁଛି ।

Leave A Reply

Your email address will not be published.