om academy

ଟି -୧୦ ରାଷ୍ଟ୍ରୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ମୁମ୍ବାଇ ମହାରାଷ୍ଟ୍ରକୁ ହରାଇ ରାଜନନ୍ଦଗାଁ ଓ ୟୁଗାନ୍ତର ଚମ୍ପିୟାନ୍‌

jsm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ନିବାସୀ ବିୱାନ ସରାଫ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ନିଜର ସହଭାଗିତା ଦେଇ ସଫଳ ବିଜୟରେ ନିଜ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଖଡ଼ିଆଳ କୈଳାସ ସରାଫ ଏବଂ ମାତା ବନ୍ଦନା ସରାଫଙ୍କ ପୁଅ ବିୱାନ୍ ସରାଫ ନିଜ ସ୍କୁଲ୍‌ ତରଫରୁ ଚୟନ ହୋଇ ରାଷ୍ଟ୍ରୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ଗୋଆ ଠାରେ ଅନୁଷ୍ଠିତ ଟି -୧୦ ରାଷ୍ଟ୍ରୀୟ କ୍ରିକେଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ମହାରାଷ୍ଟ୍ରକୁ ହରାଇ ୟୁଗାନ୍ତର ଚମ୍ପିୟାନ୍‌ ହୋଇଛନ୍ତି । ଗତ ୧୮ ମେରୁ ୨୨ ମେ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଟି -୧୦ ରାଷ୍ଟ୍ରୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟେରେ ରାଜ୍ୟର ଦଳମାନେ ଯୋଗ ଦେଇଥିଲେ । ନିର୍ଦ୍ଧାରିତ ୧୦ ଓଭର୍‌ରେ ମୁମ୍ବାଇ ମହାରାଷ୍ଟ୍ର ୮୫ ରନ୍‌ ସଂଗ୍ରହ କରିଥିବା ବେଳେ ଏହାର ବିପକ୍ଷରେ ୪ ଗୋଟି ୱିକେଟ୍‌ ହରାଇ ୭.୪ ବଳରେ ଲକ୍ଷ ହାସ କରି ୬ ୱିକେଟ୍‌ରେ ବିଜୟ ହାସଲ କରିଥିଲେ । ତାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇବା ସହ କ୍ରିକେଟ୍‌ ଦଳରେ ଖଡିଆଳର ବିୱାନ ସରାଫ ସାମିଲ ହୋଇ ନିଜ ବୋଲିଙ୍ଗ କରି ନିଜ ସ୍କୁଲକୁ ବିଜୟ ଲାଭ କରିବାରେ ସହାୟତା କରିଥିଲେ ।

Leave A Reply

Your email address will not be published.