ସାମ୍ବାଦିକ ମାନଙ୍କୁ ମାକ୍ସ ଓ ସାନିଟାଇଜର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ସମୟରେ ପ୍ରତିନିଧିମାନେ ନିଜ ଜୀବନ ବାଜି ଲଗାଇ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି । ରାଜ୍ୟରେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଆଗଧାଡିର କୋଭିଡ ଯୋଦ୍ଧା ବୋଲି ମାନ୍ୟତା ମଧ୍ୟ ପ୍ରଦାନ କରିସାରିଛନ୍ତି । ବଲାଙ୍ଗିର କ୍ରେଡିଟ୍‌ ଆକ୍ସେସ୍‌ ଗ୍ରାମୀଣ ଲିମିଟେଡ୍‌ ପକ୍ଷରୁ ଆଜି ଜିଲ୍ଲା ସାମ୍ବାଦିକ ସଂଘକୁ ୧୦୦ ଟି ଲେଖାଁଏ ମାକ୍ସ ଓ ସାନିସାଇଜର ସହ ୨ ଟି ଓକ୍ସି ମିଟର ଯୋଗାଇ ଦିଆଯାଇଛି । ସଂସ୍ଥା ପରିଚାଳକ ସମିର କୁମାର ମହାପାତ୍ର ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟକୁ ଆସି ସାଧାରଣ ସମ୍ପାଦକ ବଲରାମ ମିଶ୍ରଙ୍କୁ ଉପରୋକ୍ତ ସାମଗ୍ରୀ ହସ୍ତାନ୍ତରଣ କରିଛନ୍ତି । ଏହି ଅବସରରେ ସଂସ୍ଥାର ପରିଚାଳକଙ୍କ ସମେତ ଟୁନା ଭୋଇ, କ୍ରିଷ୍ଣ ଚନ୍ଦ୍ର ସାହୁ, ଆକାଶ ହାତୀ, ଅନିଲ କୁମାର ସାହୁ ଓ ସାରଥୀ ଜଗଦଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସାମ୍ବଦିକ ସଂଘକୁ ମାକ୍ସ, ସାନିଟାଇଜର ଓ ଓକ୍ସି ମିଟର ପ୍ରଦାନ କରିଥିବାରୁ ବଲାଙ୍ଗିର କ୍ରେଡିଟ୍‌ ଆକ୍ସେସ୍‌ ଗ୍ରାମୀଣ ଲିମିଟେଡ୍‌ ପରିଚାଳକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।

Leave A Reply

Your email address will not be published.