ଲୋକଗୀତରେ ଗବେଷଣା ପାଇଁ କିର୍ତ୍ତନ ଦୀପଙ୍କୁ ରାଷ୍ଟ୍ରୀୟ ଫେଲୋସିପ ପ୍ରଦାନ

ତରଭା, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ ମେଣ୍ଡା ଗ୍ରାମର କିର୍ତ୍ତନ ଦୀପଙ୍କୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ସିନିଅର ଫେଲୋସିପ ପ୍ରଦାନ କରାଯାଇଛି । ଛାତ୍ର ଜୀବନରୁ ଗୀତ ସଂଗୀତ ନାଟକ ପ୍ରତି ଅଧିକ ରୁଚି ରଖିଥିବା ଶ୍ରୀ ଦୀପ ସଂମ୍ପ୍ରତି ଆକାଶବାଣୀ ବଲାଙ୍ଗିରର ସାମୟିକ ଉପସ୍ଥାପକ ଭାବରେ କାର୍ଯ୍ୟରତ । ଆକାଶବାଣୀର ସଂସ୍କାର ଗୀତ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ପ୍ରକଳ୍ପମାନଙ୍କରେ ଗୀତ ଲେଖିବା ସ୍ଵର ଦେବା କାର୍ୟ୍ୟ ସେ କରି ଆସିଛନ୍ତି । ଗ୍ରାମାଞ୍ଚଳରେ ତାଙ୍କର ଗୀତ ଓ ନାଟକ ଦର୍ଶକ ମହଲରେ ବେଶ୍ ପରିଚିତ । ସମ୍ବଲପୁରୀ କୋଶଲି ଭାଷାରେ ଗୀତ ଲେଖୁଥିବା ଦୀପ୍ କହନ୍ତି, ଆମ ଗୀତ ଓ ସଂସ୍କୃତି ମଧ୍ୟରେ ଅଶ୍ଳୀଳତା ଦୂର କରି, ଏକ ସଂସ୍କାର ଧର୍ମୀ ସଂଗୀତର ପରିବେଶ ସୃଷ୍ଟି କରିବାରେ ସେ ଗବେଷଣା ସହ କାର୍ଯ୍ୟ କରିବେ ଓ ଏହା ତାଙ୍କର ଏକାନ୍ତ ଲକ୍ଷ, ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତାଙ୍କୁ ଗୀତ ଗବେଷଣା କ୍ଷେତ୍ରରେ ସୁଯୋଗ ଦେଇ ଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହିତ ବଲାଙ୍ଗିର ଓ ସୋନପୁର ଜିଲ୍ଲାର କଳାକାର ମହଲରେ, କଳା କ୍ଷେତ୍ରରେ ଏକ ପରିବର୍ତ୍ତନ ହେବ ବୋଲି ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.

error: Content is protected !!