ଦରମା ବୃଦ୍ଧି ଦାବୀରେ ଓସାକ୍ସ କର୍ମଚାରୀଙ୍କ ଅସହଯୋଗ ଆନ୍ଦୋଳନ, କଳାବ୍ୟାଚ ପରିଧାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲଇଣ୍ଡିଆ ଏଡସ୍‌ କଣ୍ଟ୍ରୋଲ ଏମ୍‌ପ୍ଲଇଜ ୱେଲଫେୟାର ଆସୋସିଏସନ(ଏଆଇଏସିଇଡବ୍ଲ୍ୟୁଏ)ଙ୍କ ଡାକରାରେ ଆଜିଠାରୁ ନାକୋ ଅଧୀନସ୍ଥ କର୍ମଚାରୀମାନଙ୍କର ଦେଶବ୍ୟାପୀ ଅସହଯୋଗ ଧର୍ମଘଟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ୨୫ଜଣ ଓସାକ୍ସ କର୍ମଚାରୀ କଳାବ୍ୟାଚ ପରିଧାନ କରି ଜାତୀୟ ଆସୋସିଏସନକୁ ସମର୍ଥନ ଜଣାଇଛନ୍ତି । ଗତ ୨୦୧୭ ମସିହା ଏପ୍ରିଲ ମାସରୁ ମୂଳ ଦରମାର ବୃଦ୍ଧିକୁ କର୍ମଚାରୀମାନେ ଆପେକ୍ଷା କରି ରହିଛନ୍ତି । ନାକୋ ଅଫିସ ତରଫରୁ ଏହାର କିଛି ସମାଧାନ ନହେବାରୁ କର୍ମଚାରୀମାନେ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନରେ ରୋଗୀସେବା କାମରେ କୌଣସି ପ୍ରକାର ବ୍ୟାହତ ହୋଇନାହିଁ । କର୍ମଚାରୀମାନେ କେବଳ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିବା ସହିତ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଆଜିଠାରୁ ଦୈନିକ, ସାପ୍ତାହିିକ ଓ ମାସିକ ରିପୋର୍ଟିଂ କରିବେ ନାହିଁ ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.