ସୁମିତ୍ ଓ ତପସ୍ୱିନୀଙ୍କ ପାରିବାରିକ କଳହ ମାମଲା ଏବେ ଚର୍ଚ୍ଚାରେ ଘନୀଭୂତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିଖୋଜ ହେବା ଘଟଣାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡ଼ା.ସୁମିତ୍ ସାହୁ । କହିଛନ୍ତି ତପସ୍ୱିନୀ ମୋତେ ଓ ମୋ ପରିବାରକୁ ବଦ୍‌ନାମ କରିଦେଇଛନ୍ତି । ମୋତେ ଟିକେ ଶାନ୍ତିରେ ରହିବାକୁ ଦିଅ । ଏପରି ପ୍ରତିକ୍ରିୟା ଯୋଗୁଁ ସୁମିତ୍ ଓ ତପସ୍ୱିନୀଙ୍କ ପାରିବାରିକ କଳହ ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ତପସ୍ୱିନୀ ନିଜ ସ୍ୱାମୀଙ୍କୁ ପାଇବା ପାଇଁ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ତାଙ୍କ ସ୍ୱାମୀ ଗତକିଛି ଦିନ ହେବ ନିଖୋଜ ଥିବା କହିଥିଲେ । ନିଖୋଜ ହେବା ମାମଲାକୁ ନେଇ ଡାକ୍ତର ସୁମିତ୍ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ଶାରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଅସୁସ୍ଥ ଅଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ଛୁଟିରେ ରହିଛି । ମୁଁ ଫେରାର୍ କି କିଡନାପ୍ ହୋଇନାହିଁ । ଅସୁସ୍ଥ ଥିଲେ ବି ଭଡ଼ାଘର ଖୋଜୁଛି । ମୋ ବିରୁଦ୍ଧରେ ଏଭଳି ଅପପ୍ରଚାର କରାନଯାଉ । ତପସ୍ୱିନୀଙ୍କ ଉପସ୍ଥିତିରେ ବିଶ୍ରାମ ନେବା ଅସମ୍ଭବ ମନେକଲି । ଏହା ପରେ ସେ ପୁଣି କହିଛନ୍ତି କି, ‘ଏକାଠି ୭ଦିନ ରହିବା ପରେ ବି ଆଉ ଭଲ ସମ୍ପର୍କ କିଛି ଆଗକୁ ବଢ଼ିନି । ତପସ୍ୱିନୀଙ୍କ ପାଇଁ ଯାହା ଅସୁବିଧା ସାମ୍ନା କଲି କୋର୍ଟଙ୍କୁ ଜଣାଇଛି । ମୋ ଜୀବନକୁ ବରବାଦ୍ କରିଦେଲେ ତପସ୍ୱନୀ । ମୋ ଉପରେ ମିଛ ଅଭିଯୋଗ ଆଣି ସିମ୍ପାଥି ସାଉଁଟୁଛନ୍ତି ତପସ୍ୱିନୀ । ତପସ୍ୱିନୀଙ୍କୁ ଅନୁରୋଧ କରୁଛି କି ମୋ ପରିବାରକୁ ବଦନାମ୍ କରନ୍ତୁ ନାହିଁ ।’

Leave A Reply

Your email address will not be published.