oom

ଭୁତିଆରବାହାଲ ଗ୍ରାମର ଗୌନ୍ତିଆ ଡିଗେଶ୍ୱର ଭୋଇଙ୍କ ପରଲୋକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁତିଆରବାହାଲ ଗ୍ରାମର ଗୌନ୍ତିଆ ଡିଗେଶ୍ୱର ଭୋଇ ମଙ୍ଗଳବାର ସକାଳ ଆଠଟା ସମୟରେ ତାଙ୍କ ବାସଭବନରେ ଇହଧାମ ତ୍ୟାଗ କରିଥିବା ସୂଚନା ମିଳିଛି । ସେ ଜଣେ ସମଭାବାପନ୍ନ ଅମାୟିକ, ବନ୍ଧୁବତ୍ସଲ ତଥା ହୃଦୟବାନ ବ୍ୟକ୍ତି ଥିଲେ । ସେ ଅନେକ ଅନୁଷ୍ଠାନ ସହ ଅନ୍ତରଙ୍ଗ ଭାବେ ଜଡିତ ରହିଥିଲେ । ସେ ଉତ୍କଳମଣୀ ଯୁବକ ସଂଘ, ଭୁତିଆରବାହାଲର ପ୍ରତିଷ୍ଠାତା ସଭାପତି, ସଚ୍ଚିଦାନନ୍ଦ ହାଇସ୍କୁଲର ସମ୍ପାଦକ ଓ ସଭାପତି, କୁଠୁର୍ଲା ସମବାୟ ସମିତିର ସଭାପତି, ବିଜୁ କୃଷକ ଜନତା ଦଳର ପ୍ରଥମ ବ୍ଲକ ସଭାପତି, ବଲାଙ୍ଗିରର ବ୍ଲକ୍, ବିଜୟ ରଥ ଯାତ୍ରାର ସର୍ବକାଳୀନ ସଭାପତି, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଥମ ଉପସଭାପତି, ଜଗନ୍ନାଥ ଚେତନାର ସଭାପତି, ପଣତକାନି ସାହିତ୍ୟ ପତ୍ରିକାର ଉପଦେଷ୍ଠା, ମୀନାକୁମାରୀ ସୃତି ସଂସଦର ପ୍ରତିଷ୍ଠାତା ତଥା ଆହୁରି ଅନେକ ଅନୁଷ୍ଠାନ ସହ ଜଡିତ ଥିଲେ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଶବଯାତ୍ରାରେ ଭୁତିଆରବାହାଲ ଗ୍ରାମପଞ୍ଚାୟତର ସରପଞ୍ଚ, ଗ୍ରାମର ଅନେକ ଲୋକ ସାମିଲ ହୋଇଥିଲେ ।ଶୋକସନ୍ତପ୍ତ ପରିବାରକୁ ସଚ୍ଚିଦାନନ୍ଦ ହାଇସ୍କୁଲର ଶିକ୍ଷକ ବୃନ୍ଦ, ଅନେକ ଅନୁଷ୍ଠାନର ସଭ୍ୟ, ସରପଞ୍ଚ, ଗ୍ରାମବାସୀ, ତାଙ୍କର ଶୁଭେଚ୍ଛୁ ଓ ଓଡିଆବାର୍ତ୍ତା ପରିବାର ସମବେଦନା ଜଣାଇଛନ୍ତି ।

jittmm
Leave A Reply

Your email address will not be published.