oom

ଅଗ୍ନିବୀର ନିଯୁକ୍ତି ରାଲି ନିମନ୍ତେ ଅନଲାଇନ ନାମ ପଞ୍ଜିକରଣ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସେନାବାହିନୀରେ ଅଗ୍ନିବୀର ନିଯୁକ୍ତି ରାଲି ଅଗ୍ନିପଥ ଯୋଜନାରେ ୨୦୨୪ ବର୍ଷ ଚୟନ ପ୍ରକ୍ରିୟା ନିମନ୍ତେ ଅନଲାଇନ ନାମ ପଞ୍ଜିକରଣ ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ସୁବର୍ଣ୍ଣପୁର ଜିଲ୍ଲାର ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ ଅନଲାଇନରେ ନାମ ପଞ୍ଜିକରଣ କରିପାରିବେ ବୋଲି ସମ୍ବଲପୁର ସ୍ଥିତ ସେନାବାହିନୀ ନିଯୁକ୍ତି ଅଧିକାରୀ ଅବଗତ କରାଇଛନ୍ତି । ଅନଲାଇନ ପରୀକ୍ଷା ୨୦୨୪ ଏପ୍ରିଲ ୨୨ରୁ ଆରମ୍ଭ ହୋଇ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ । ପ୍ରଥମେ ଆଶାୟୀଙ୍କୁ କମ୍ପ୍ୟୁଟର ଆଧାରିତ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ହେବ । ଏହି ପରୀକ୍ଷା ନିମନ୍ତେ ପ୍ରତ୍ୟେକ ଆଶାୟୀ ଅନଲାଇନ ମାଧ୍ୟମରେ ଟଙ୍କା . ୨୫୦ /- ଫି ପୈଠ କରିବାକୁ ପଡିବ । କମ୍ପ୍ୟୁଟର ସମ୍ୱନ୍ଧୀୟ ପରୀକ୍ଷା ନିମନ୍ତେ ବିଶେଷ ପରିଚିତ ହେବା ନିମନ୍ତେ କମ୍ପ୍ୟୁଟର ମକଟେଷ୍ଟର ଉପଲବ୍ଧ ତଥା ସବିଶେଷ ବିବରଣୀ ନିମନ୍ତେ ପ୍ରାର୍ଥୀ www.joinindianarmy.nic. inକୁ ଯାଇ ସମସ୍ତ ତଥ୍ୟ ତଥା ଅନଲାଇନ ଆବେଦନ ପ୍ରକ୍ରିୟା ଉପରେ ସବିଶେଷ ଅବଗତ ହୋଇ ପାରିବେ ଅଥବା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ ।

jittmm
Leave A Reply

Your email address will not be published.