ଓକିଲ ସଂଘର ନୂତ୍ତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ କର୍ମକର୍ତ୍ତା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସଭାପତି ଭାବରେ ବରିଷ୍ଠ ଆଇନଜୀବୀ ତାରେଣୀ ମହାପାତ୍ର, ଉପସଭାପତି ଅଶୋକ କୁମାର ସାହୁ, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ସହସମ୍ପାଦକ ଆଶୁତୋଷ ସାହୁ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ମହାରଣା ଓ ଲାଇବ୍ରେରିଆନ ଭାବରେ ବିଶ୍ୱମୋହନ ଶତପଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । କାର୍ୟ୍ୟକାରୀ କମିଟିକୁ ବରିଷ୍ଠ ଆଇନଜିବୀ ଅଚ୍ୟୁୂତାନନ୍ଦ ମିଶ୍ର, ନାରାୟଣ ପ୍ରସାଦ ପରିଜା, ନଳିନୀ କୁମାର କର୍ଣ୍ଣ, ଓମପ୍ରକାଶ ମିଶ୍ର, ରାଜେନ୍ଦ୍ର ଦେହୁରୀ, ବିଶ୍ୱଜିତ ମିଶ୍ର ଓ ଦେବାଶିଷ ମହାପାତ୍ରଙ୍କୁ ନିର୍ବାଚିତ କରାଯାଇଛି । ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଆଇନଜୀବୀ ଧୂରୀଣ କୁମାର ଦେହୁରୀ ଦାୟିତ୍ୱ ତୁଲାଇଥିଲେ ସେହିପରି ବୌଦ୍ଧ ସିଭିଲ ଏଣ୍ଡ କ୍ରିମିନାଲ ଓକିଲ ସଂଘର ମଧ୍ୟ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବରେ ବରିଷ୍ଠ ଆଇନଜୀବୀ ଶାନ୍ତନୁ ମହାପାତ୍ର, ଉପସଭାପତି ବିଭୂ ପ୍ରସାଦ କ୍ଷେତି, ସଂପାଦକ ଆଶୁତୋଷ ଦାଶ, ସହ ସଂପାଦକ ନିକୁଞ୍ଜ ମାଧବ ବେହେରା, କୋଷାଧ୍ୟକ୍ଷ ଭାବେ ବିକାଶ ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି । କାର୍ୟ୍ୟକାରୀ କମିଟିକୁ ବରିଷ୍ଠ ଆଇନଜିବୀ ସଚ୍ଚିଦାନନ୍ଦ ଦଲାଲ, କୃଷ୍ଣଚନ୍ଦ୍ର ମେହେର, ଦେବେନ୍ଦ୍ର ନାଥ ଗୁରୁ, ଶ୍ରୀନିବାସ ସାହୁ, ସୁମିତା ରାଜ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଭାବରେ ଆଇନଜୀବୀ କୃଷ୍ଣଚନ୍ଦ୍ର ମେହେର ଦାୟିତ୍ୱ ତୁଲାଇଥିଲେ । 

Leave A Reply

Your email address will not be published.