centurian jitm

ବ୍ଲକସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଅନୁଷ୍ଠିତ

nschool

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ସଭାଗୃହରେ ଶନିବାର ଦିନ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ମୁଖ୍ୟବକ୍ତା ଭାବେ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରା, ସମ୍ମାନିତ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ବେହେରା, ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସାମ୍ବାଦିକ ତଥା ଗଞ୍ଜାମ ପ୍ରେସ କ୍ଲବ ସଭାପତି ଶବର ତରାଇ ପ୍ରମୁଖ ମଂଚାସୀନ ଥିଲେ । ଅତିଥିମାନେ କିଭଳି ଆମ ଭାଷାର ଉନ୍ନତି ହୋଇପାରିବ ଏବଂ ଆମେ ସମସ୍ତେ ସଚେତନ ହେବାର ସମୟ ଆସିଛି ବୋଲି କହିଥିଲେ । ଶିକ୍ଷକ ନିରଞ୍ଜନ ମହାପାତ୍ରଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡ଼ିଆ ଭାଷା ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ପାଲା ନାଟ ଗାୟକ ସତ୍ୟନାରାୟଣ ଗୌଡ଼ଙ୍କ ଦ୍ଵାରା ପାଲା ପରିବେଷଣ ଉଚ୍ଚ କୋଟିର ହୋଇଥିଲା । ପିଲାଙ୍କ ଦ୍ଵାରା ଓଡ଼ଶୀ ନୃତ୍ୟ ମଧ୍ୟ ପରିବେଷଣ ହୋଇଥିଲା । ନୃତ୍ୟ ନିର୍ଦ୍ଦେଶିକା ଗୀତାଞ୍ଜଳି ସ୍ୱାଇଁ, ଶିକ୍ଷୟତ୍ରୀ ତଥା କବି ବିଦ୍ୟୁଲତ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ସିଆର୍‌ସିସି ମହେଶ ବେହେରା, ବ୍ରଜ ବେହେରା ତଥା ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.