ବିଡିଓ ବୁଡାମାଲ ପଞ୍ଚାୟତକୁ ନ୍ୟାୟ ଦେବେ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଗୁଠୁର୍ଲା ଗ୍ରାମର ପରମାନନ୍ଦ ଅମରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଏ ଯାଏଁ ମିଳି ପାରି ନାହିଁ । ସେ ଯେଉଁ ପ୍ରକାରରେ ପଲିଥିନ ଛପର ଘରେ ଜୀବନ ଅତିବାହିତ କରି ଜୀବନ ଯାପନ କରୁଛନ୍ତି, କୌଣସି ଛେଳି ମେଣ୍ତା କି ପୋଢ ମହିଁଷି ରହୁ ନ ଥିବେ ବୋଲି ଲୋକେ ଆଲୋଚନା କର‌ନ୍ତି । ଏଭଳି ଅବସ୍ଥାରେ ଦିନ କାଟୁଛନ୍ତି ପରମାନନ୍ଦ ଅମରୀଙ୍କ ପରିବାର । ସେ କେଉଁ କାରଣରୁ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ତାହା ଏବେ ପ୍ରଶ୍ନ ହୋଇ ଠିଆ ହୋଇଛି ପଦ୍ମପୁର ବିଡିଓ ଶଙ୍କର୍ଷଣ ବେହେରାଙ୍କ ପାଇଁ । ବିଡିଓ ମହାଶୟ ପଦ୍ମପୁରରେ ଦୁଇଥର ବିଡିଓ ହୋଇ ସାରିଛନ୍ତି । କିନ୍ତୁ ଲୋକଙ୍କର ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ପାଇଁ ଏ ଯାଏଁ ବ୍ଲକବାସୀଙ୍କ ଦୁଃଖ ଦୂର ହୋଇ ପାରିନାହିଁ । ବିଡିଓ ମହୋଦୟ ଥରେ ପଦ୍ମପୁର ବ୍ଲକରେ ଥାଇ ଭିଜିଲାନ୍ସ ଜାଲରେ ପଡି ଅନ୍ୟତ୍ର ବଦଳି ହେଲେ ଓ ସେଠାରେ ମଧ୍ୟ ଭିଜିଲାନ୍ସ ଜାଳରେ ପଡିଥିବା ଆଲୋଚନା ହୁଏ । ବୁଡାମାଲ ଗ୍ରାମ ପଞ୍ଚାୟତ ବାସିନ୍ଦା ଯଦି ନ୍ୟାୟ ନ ପାଆନ୍ତି, ତେବେ ଆହୁରି ଜନ ଅସେ‌ନ୍ତାଷ ବୃଦ୍ଧି ପାଇବା ସୁନିଶ୍ଚିତ ବୋଲି ଲୋକେ କହୁଛ‌ନ୍ତି ।

Leave A Reply

Your email address will not be published.

6 + one =