ସଇଁନ୍ତଳା ଅଞ୍ଚଳରେ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି

ସଇଁନ୍ତଲା, (ପ୍ରଶାନ୍ତ କୁମାର ସାହୁ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ସଇଁନ୍ତଳା ଅଞ୍ଚଳରେ ପାଳିତ ହୋଇଯାଇଛି । ଏହା ଏକ ଭାଇଚାରାର ପର୍ବ । ତେଣୁ ଯିଏ ଯେଉଁଠି ଥାଉନା କାହିଁକି ଘରକୁ ଫେରି ଆସିଥାନ୍ତି । ନୂଆଁଖାଇ ପର୍ବରେ ଘରର ଇଷ୍ଟଦେବତାଙ୍କୁ ପୂଜା ବିଧି ସମାପ୍ତ କରିବା ପରେ ସମସ୍ତେ ନୂଆଁ ଧାନରେ ପ୍ରସ୍ତୁତ ଚୂଡାକୁଣା ଭକ୍ଷଣ କରି ଥିଲେ । ଏବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ରକ୍ଷା କରି ଉକ୍ତ ପର୍ବ ପାଳନ କରାଯାଇଛି । ସମସ୍ତଙ୍କ ମନରେ ଆନନ୍ଦ ଭରି ରହି ଥିବା ବେଳେ ଉକ୍ତ ପର୍ବ ସମାପନ ହୋଇଯାଇଛି । ସୁଚନା ଏହି କି ଯେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି, କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ଅବଳମ୍ବନ କରି କୈାଣସି ସ୍ଥାନରେ ଜନ ଗହଳି ଜଣାପଡୁ ନାହିଁ । ସମସ୍ତେ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଉକ୍ତ ମହାନ ପର୍ବକୁ ପାଳନ କରାଯାଇଛି । ତେବେ ସମସ୍ତଙ୍କୁ ଆମ କୋଶଳ ପ୍ରବାହ ପରିବାର ତରଫରୁ ସମସ୍ତଙ୍କୁ ନୂଆଁଖାଇ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ଚଲାପଥ କୁସମିତ ହେଉ, ଏହା ହିଁ ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କଙ୍କ ଠାରେ ପ୍ରାର୍ଥନା ।

Leave A Reply

Your email address will not be published.