ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ହେବାକୁ ଥିବା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (PIL filed in High Court to postpone panchayat election ) ରୁଜୁ କରାଯାଇଛି । ବିଶେଷ କରି କୋରୋନା ମହାମାରୀ ସଂକ୍ରମଣ ଓ ବିନା ଓବିସି ସଂରକ୍ଷଣକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାଚନ ସ୍ଥିଗିତ ରଖିବା ପାଇଁ ପ୍ରାର୍ଥନା କରାଯାଇଛି । ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ରଖିବାକୁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆଗାମୀ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା । ବର୍ତ୍ତମାନ ରାଜ୍ୟରେ ଦୃତ ଗତିରେ କରୋନା ସଂକ୍ରମଣ ବଢୁଥିବା ବେଳେ ଓବିସି ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦିଆଯାଇଛି । କରୋନା ସ୍ଥିତି ସୁଧୁରିବା ଭିତରେ ପୁନଃ ବିଚାର କରି ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ କୋର୍ଟରେ ପ୍ରାର୍ଥନା କରାଯାଇଛି । ଏଥିରେ ରାଜ୍ୟ ନିର୍ବାଚନ କମିଶନ, ପ୍ରମୁଖ ଶାସନ ସଚିବ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଏବଂ ପ୍ରମୁଖ ଶାସନ ସଚିବ ଗୃହ ଓ ସହରାଞ୍ଚଳ ଉନୟନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି । ସେପଟେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ବସିଛି । ଏହି ବୈଠକ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଛି । ଏହି ବୈଠକରେ ସମସ୍ତ ଦଳର ପ୍ରତିନିଧି ସାମିଲ ହୋଇ ନିଜର ମତ ରଖିଛନ୍ତି । ବିଜେଡି କରୋନା କଟକଣା ମଧ୍ୟରେ ନିର୍ବାଚନ କରିବା ପାଇଁ ଦାବୀ କରିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ନିର୍ବାଚନକୁ ଘୁଞ୍ଚାଇବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.